ସ୍ମିତାରାଣୀ ମୃତ୍ୟୁ ମାମଲା, ଘର ଛାଡ଼ିଲେ ପରିବାର

1 min read

ଯାଜପୁର/ଭୁବନେଶ୍ୱର: ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଘର ଛାଡ଼ିଛନ୍ତି ପରିବାର । ସ୍ମିତାରାଣୀଙ୍କ ସ୍ୱାମୀ ସୁଶୀଲ ବିଶ୍ୱାଳ, ତାଙ୍କ ବାପା ମାଆ ଓ ଝିଅକୁ ନେଇ ତାଳଚେର ପଳାଇଛନ୍ତି । ଚୋରମୁହାଁ ଗାଁ ଘରୁ ସମସ୍ତେ ପଳାଇବା ପରେ ଏବେ ତାଲା ଝୁଲୁଛି । ପୋଲିସ ଘର ଆଗରେ ପ୍ରହରା ଦେଉଥିଲେ ମଧ୍ୟ ଅସୁରକ୍ଷିତ ମଣିଥିଲେ ସ୍ମିତାରାଣୀଙ୍କ ପରିବାର । ଗାଁ ଛାଡ଼ିବା ନେଇ ଗତ ୧ ତାରିଖରେ ନିଷ୍ପତ୍ତି ନେବା ପରେ ଗତକାଲି ତାଳଚେର ପଳାଇ ଯାଇଛନ୍ତି ।

PEO

ଅନ୍ୟପଟେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିକୁ ବିଜେପି ଦୋହରାଇଛି । ଯାଜପୁର ଏସପି ଚରଣ ସିଂ ମୀନା ଓ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରିଛି । ଏଥିସହ ବିଜେପି ମହିଳା ମୋର୍ଚ୍ଚା ଆସନ୍ତା ୫ ତାରିଖରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

PRAVATEE ')}

Leave a Reply