ବୟସ ୮୦ ସାଙ୍ଗକୁ ଦିବ୍ୟାଙ୍ଗ, ତଥାପି ମିଳୁନି ବର୍ଦ୍ଧିତ ଭତ୍ତା

ନନ୍ଦିଘୋଷ ବ୍ୟୁରୋ: ବୟସ ୮୦, ସେଥିରେ ପୁଣି ଭିନ୍ନକ୍ଷମ । କିନ୍ତୁ ମିଳୁନାହିଁ ବର୍ଦ୍ଧିତ ଭତ୍ତା । ବର୍ଦ୍ଧିତ ଭତ୍ତା ପାଇଁ ସରକାରୀ ବାବୁ ମାନଙ୍କୁ ଗୁହାରି କରି ନୟାନ୍ତ ହେଲେଣି। ଶେଷରେ ଉପଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ପରଜଙ୍ଗ ବ୍ଲକ ମୁକ୍ତାପଶି ଗାଁର ରେଣୁସାହୁ । ବୟସ ୮୦ ଉପରେ ହୋଇଥିବା ବେଳେ ଜନ୍ମ ରୁ ଗୋଟିଏ ଗୋଡ଼ ଅକ୍ଷମ । ଠିକରେ ଚାଲିପାରୁନଥିବା ବେଳେ ବୃଦ୍ଧା ବୟସରେ ଭତ୍ତା ପାଇଁ ଏ ଅଫିସରୁ ସେ ଅଫିସ ଦୌଡୁଛନ୍ତି । ପୁଅ ଭରତ ସାହୁ ବୋହିବୋହି ରେଣୁଙ୍କୁ ପଞ୍ଚାୟତ ଠାରୁ ବ୍ଲକ ଯାଏଁ ଧାଇଁ ଧାଇଁ ନିରାଶ ହେବା ପରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଭେଟି ବର୍ଦ୍ଧିତ ଭତ୍ତା ପାଇଁ ଦାବି ଜଣାଇଛନ୍ତି । ବର୍ତମାନ ୧୨୦୦ ଟଙ୍କା ଭତ୍ତା ପାଉଥିବା ବେଳେ ବର୍ଦ୍ଧିତ ଭାବରେ ୩୫୦୦ ଟଙ୍କା ପାଇଁ ଦାବି କରିଛନ୍ତି । ତୁରନ୍ତ ଭତ୍ତା ବ୍ୟବସ୍ଥା କରାଇବାକୁ ଗୁହାରି କରିଛନ୍ତି ପୁଅ ଭରତ ସାହୁ । ତେବେ ତୁରନ୍ତ ବୃଦ୍ଧା ଜଣକ କିପରି ଭତ୍ତା ପାଇ ପାରିବେ ସେ ନେଇ ପ୍ରତିଶୃତି ଦେଇଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣୀ ନାୟକ ।