ଫୋନ୍ ଟ୍ୟାପିଂ ରିପୋର୍ଟକୁ ଭୁଲ୍ କହିଲେ କେନ୍ଦ୍ର ଦୂର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Pegasus Spying Ashwini Vaishnaw Statement In Lok Sabha

ନୂଆଦିଲ୍ଲୀ: ଆଜି ହଟ୍ଟଗୋଳରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲି ଯାଏଁ ସ୍ଥଗିତ ରହିଛି । ଅନ୍ୟପଟେ ଫୋନ୍ ଟ୍ୟାପିଂ ବିବାଦକୁ ନେଇ ଦୂର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ବିବୃତି ରଖିଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ହ୍ୟାକିଂ ସହ ତଥ୍ୟ ଚୋରିର କୌଣସି ସମ୍ପର୍କ ନାହିଁ ।

ଲିକ୍ ହୋଇଥିବା ତଥ୍ୟରୁ ଜଣାପଡ଼ୁନି ତଥ୍ୟ ହ୍ୟାକିଂ ହୋଇଛି । ଫୋନ୍ ଟ୍ୟାପିଂକୁ ନେଇ ସରକାରଙ୍କ ନିୟମ ବେଶ କଠୋର ବୋଲି କହିଛନ୍ତି ବୈଷ୍ଣବ । ରିପୋର୍ଟରେ ଦିଆଯାଇଥିବା ତଥ୍ୟ କେବଳ ଭୂତେଇବା ଲାଗି ଏଥିରେ କୌଣସି ଦମ୍ ନାହିଁ ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଥିଲା ଭାରତ ସରକାର କେତେକ ସାମ୍ବାଦିକ, ନେତାଙ୍କ ଫୋନ୍ ହ୍ୟାକ୍ କରିଛନ୍ତି । ୪୦ରୁ ଅଧିକ ସାମ୍ବାଦିକ ଫୋନ୍ ହ୍ୟା କରାଯାଇଥିବା ଦାବି କରାଯାଇଥିଲା । କେତେକ ମୋବାଇଲର ଫରେନ୍ସିକ ଯାଞ୍ଚ ହୋଇଥିବା ନେଇ ‘ଦ ପେଗାସସ ପ୍ରୋଜେକ୍ଟ’ ନାମରେ ଏହି ଖବର ପ୍ରକାଶିତ ହୋଇଥିଲା । ଯେଉଁଥିରେ କେବଳ ଭାରତ ନୁହେଁ ଦୁନିଆର ଅନେକ ଦେଶରେ ହଜାର ହଜାର ଲୋକଙ୍କ ଫୋନ୍ ହ୍ୟାକ୍ ହୋଇଥିବା କୁହାଯାଇଛି ।

Leave a Reply