ଘୁଞ୍ଚିଲା ଆସନ୍ତା ୧୩ ତାରିଖରେ ହେବାକୁଥିବା ପେଗାସସ୍ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଘୁଞ୍ଚିଲା ପେଗାସସ୍ ସ୍ପାଏଓ୍ୱେର ମାମଲାର ଶୁଣାଣି। ଆସନ୍ତା ୧୩ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବାକୁ ଥିବା ବେଳେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଏହି ମାମଲାର ଉତ୍ତର ରଖିବାକୁ ଅଧିକ ସମୟ ମାଗିଥିଲେ କେନ୍ଦ୍ର ସରକାର। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ରର ଅନୁରୋଧକୁ ସ୍ୱୀକାର କରିବା ସହ ଶୁଣାଣି ତାରିଖ ଘୁଞ୍ଚାଇଛନ୍ତି। ୧୭ ଅଗଷ୍ଟରେ ମାମଲାର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ୨ପୃଷ୍ଠାର ସଂକ୍ଷୀପ୍ତ ଉତ୍ତର ରଖାଯାଇଥିଲା। ମାମଲାର ଯାଞ୍ଚ ପାଇଁ ବିଶେଷଜ୍ଞ କମିଟି ଗଠନ ପାଇଁ କେନ୍ଦ୍ର ପ୍ରସ୍ତାବ ଦେଇଥିଲା। ତେବେ ମାମଲାର ଯାଞ୍ଚ କରି ଉତ୍ତର ରଖିବାକୁ ପରାମର୍ଶ ଦେଇଥିଲେ ଉଚ୍ଚତମ ନ୍ୟାୟାଳୟ। କେନ୍ଦ୍ର ପକ୍ଷରୁ ସତ୍ୟପାଠ ଦାଖଲ କରାଯିବା ପରେ ସୁପ୍ରିମକୋର୍ଟ ଏ ମାମଲାର ଶୁଣାଣି କରିବେ।

Leave a Reply