ଗିରଫ ହେଲା ସୌବିକ ଏବଂ ସାମୁଏଲକୁ ଡ୍ରଗ୍ସ ଯୋଗାଉଥିବା ପେଡଲର

ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌବିକ ଏବଂ ସାମୁଏଲ ମିରାଣ୍ଡାକୁ ଗିରଫ କରାଯାଇଛି । ଶନିବାର ସକାଳେ ଗୋଆ ଏବଂ ମୁମ୍ବାଇରେ ଡ୍ରଗ୍ସ ମାଫିଆଙ୍କୁ ଧରିବା ପାଇଁ ଚଢଉ କରିଛି ସିବିଆଇ । ତେବେ ଏହି ଡ୍ରଗ୍ସ ମାମଲାରେ ଏକ ବଡ଼ ଗ୍ୟାଙ୍ଗର ପର୍ଦ୍ଦାଫାଶ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଖବର ଅନୁସାରେ ପୂରା ଡ୍ରଗ୍ସ କାରବାର କରୁଥିବା ମୁଖ୍ୟ ବ୍ୟକ୍ତିକୁ ଗିରଫ କରାଯାଇଛି । ଉକ୍ତ ବ୍ୟକ୍ତିର ନାମ କରମଜୀତ । କରମଜୀତ ସୌବିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାକୁ ଡ୍ରଗ୍ସ ଯୋଗାଉଥିଲା ।


ସୂଚନା ଅନୁଯାୟୀ ବଲିଉଡର ନାମିଦାମି କଳାକାର ଏହି ଡ୍ରଗ୍ସ କାରବାର ସହିତ ଜଡ଼ିତ ଅଛନ୍ତି । ଯେଉଁଥିରେ ସାରା ଅଲି ଖାନ, ରକୁଲପ୍ରୀତ ଏବଂ ସିମୋନ ଖମ୍ବାଟାଙ୍କ ନାମ ସାମ୍ନାକୁ ଆସିଛି । ଅବଶ୍ୟ ଏଥିରେ କେତେ ସତ୍ୟତା ରହିଛି ତାହା ତଦନ୍ତ ପରେ ହିଁ ଜଣାପଡ଼ିବ । ତେବେ ଗିରଫ ହୋଇଥିବା ସମସ୍ତ ଡ୍ରଗ୍ସ ପ୍ୟାଡଲରଙ୍କ ଠାରୁ ପ୍ରଚୁର ମାତ୍ରାରେ ଡ୍ରଗ୍ସ ଜବତ ହୋଇଛି ।

Leave a Reply