ମନସୁନରେ ବାଦାମ ଚମକାଇବ ଚେହେରା

ମନସୁନରେ ଚେହେରାକୁ ଚମକାଇବା ମହିଳାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଥାଏ  । ବର୍ଷା ଓ ଆଦ୍ରର୍ତା କାରଣରୁ ଚେହେରା ସାଧାରଣତଃ ମଳିନ ଦେଖାଯାଇଥାଏ । ଏପରି କ୍ଷେତ୍ରରେ ତ୍ବଚାକୁ ଚମକାଇଥାଏ ଚିନାବାଦାମ । ବାଦାମ ଫେସପ୍ୟାକ୍‌ ଚେହେରାର ଉଜ୍ଜ୍ବଳ ବୃଦ୍ଧି କରିବା ସହ ଫଳପ୍ରଦ ହୋଇଥାଏ ।

ପାର୍ଲରରେ ଟଙ୍କା ଖର୍ଚ୍ଚ ନକରି ଘରେ ମଧ୍ୟ ଆପଣ ଚେହେରାକୁ ଚମକାଇ ପାରିବେ । ଭିଟାମିନ ‘ସି’ ଓ ‘ଇ’ରେ ଭରପୁର ଚିନାବାଦାମ ଫେସପ୍ୟାକ୍‌ ମନସୁନରେ ବେଷ୍ଟ କ୍ଲିଜିଂ ଭାବେ ପ୍ରମାଣିତ ହୋଇଥାଏ । ଏହାସହ ତ୍ବଚାର କୋଲେଜନ ବଢାଇ ଦାଗଚିହ୍ନ ଦୂର କରିଥାଏ । ଆସନ୍ତୁ ଜାଣିବା ଚିନାବାଦାମ ପ୍ୟାକ୍‌ର ପ୍ରସ୍ତୁତ ପ୍ରଣାଳୀ:

ବାଦାମ ଓ କ୍ଷୀର

ଚେହେରାରୁ ଦାଗ ଦୂର କରିଥାଏ ବାଦାମ ଓ କ୍ଷୀର ପ୍ୟାକ୍‌  । ଏଥିପାଇଁ ୨ ଚାମଚ ଚିନାବାଦାମକୁ ଭିଜାଇ ବାଟି ଦିଅନ୍ତୁ  । ଏହି ପେଷ୍ଟରେ ୨ ଚାମଚ କ୍ଷୀର ଓ ୩ ରୁ ୪ ଚାମଚ ଗୋଲାପ ଜଳ ମିଶାଇ ତ୍ବଚାରେ ଲଗାନ୍ତୁ । ୧୦ ମିନିଟ ପରେ ଉଷୁମ ପାଣିରେ ଚେହେରା ଧୋଇ ନିଅନ୍ତୁ ।

ବାଦାମ ଓ କମଳା

ଭିଟାମିନ ସିରେ ଭରପୁର କମଳା ଓ ବାଦାମର ଫେସମାସ୍କ ତ୍ବଚାର ପୋର୍ସକୁ ସଫା କରି ନରମ ଓ ଉଜ୍ଜ୍ବଳ କରିବାରେ ସାହାଯ୍ୟ କରିଥାଏ  । ଏହି ମାସ୍କ ପ୍ରସ୍ତୁତ ପାଇଁ ୨ଟି କମଳା ସହ ବାଦାମକୁ ବାଟି ପେଷ୍ଟ ତିଆରି କରନ୍ତୁ  । ଏବେ ସେଥିରେ ୪ ଚାମଚ କ୍ଷୀର ମିଶାଇ ତ୍ବଚାରେ ଲଗାନ୍ତୁ  । ୨୦ ମିନିଟ ପରେ ଗରମ ପାଣିରେ ଧୋଇବା ଦ୍ବାରା ଚେହେରା ଚମକିଥାଏ ।

ବାଦାମ ଓ କଦଳୀ

ବାଦାମ ଓ କଦଳୀ ଫେସମାସ୍କ ପ୍ରସ୍ତୁତ କରିବା ପାଇଁ ୨ଟି କଦଳୀ ଚକଟି ନିଅନ୍ତୁ  । ଏଥିରେ ୨ ଚାମଚ ପିନଟ ବଟର ମିଶାଇ ଚେହେରାରେ ଲଗାନ୍ତୁ । ୧୫ ରୁ ୨୦ ମିନିଟ ପରେ ହାଲୁକା ଉଷୁମ ପାଣିରେ ମୁହଁ ଧୋଇ ନିଅନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏପରି ଫେସପ୍ୟାକ୍‌ ଲଗାଇବା ଦ୍ବାରା ଚେହେରା ଉଜ୍ଜ୍ବଳ ଦିଶିଥାଏ  ।