ପିଡିଏସ୍‌ରେ ଚାଉଳ ବଣ୍ଟନ ବେଳେ କଂଗ୍ରେସ ସମର୍ଥିତ ସରପଞ୍ଚଙ୍କ ଦାଦାଗିରି: ଦେଖନ୍ତୁ ଭିଡିଓ

ଭଦ୍ରକ: ବାସୁଦେବପୁର ବ୍ଲକ ବିନୋବାଭାବେ ନଗର ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସରପଞ୍ଚଙ୍କ ଦାଦାଗିରି । ପିଡିଏସ ଚାଉଳ ବଣ୍ଟନ ସମୟରେ ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ଆଦିତ୍ୟ ଗିରିଙ୍କ ନାଁରେ ଅଭିଯୋଗ ହୋଇଛି । ସରପଞ୍ଚ ଆଦିତ୍ୟ ଗିରି ଗରିବ ହିତାଧିକାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଏପରିକି ଜଣକୁ ମାଡ଼ ମାରୁଥିବା ଚିତ୍ର ମଧ୍ୟ ମୋବାଇଲରେ କଏଦ ହୋଇଛି ।

ଏବେ ଏବେ ନିର୍ବାଚନରେ ଜିତି ସରପଞ୍ଚ ହୋଇଛନ୍ତି ଆଦିତ୍ୟ । ପ୍ରଚାର ବେଳେ ଲୋକଙ୍କୁ ଭୋଟ ପାଇଁ ହାତ ଯୋଡ଼ୁଥୁଲେ ଏବେ ସାଧାରଣ ଲୋକଙ୍କ ଉପରକୁ ହାତ ଉଠାଉଛନ୍ତି ଏହି ଜନପ୍ରତିନିଧି । ସେପଟେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବାସୁଦେବପୁର ଡିଲର ସଂଘ । ପ୍ରତିବାଦରେ ବାସୁଦେବପୁର ବ୍ଲକ ଆଗରେ ଡିଲରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯୋଗାଣ ଅଧିକାରୀ କହିଛନ୍ତି ଆଇନ ଅନୁସାରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଦେଇପୁର ଠାରେ ଡିଲର ପଏଣ୍ଟରେ ପିଡିଏସ ଚାଉଳ ବଣ୍ଟନ ଚାଲିଥିବା ବେଳେ ସରପଞ୍ଚ  ଆଦିତ୍ୟ ଗିରି ପହଞ୍ଚି  ଅଶ୍ଳୀଳ ଭାଷାରେ ଡିଲର ଓ ହିତାଧିକାରୀଙ୍କୁ ଗାଳି ଗୁଲଜ କରି ଦୁଇ ତିନି ଜଣଙ୍କୁ ମାଡ ମାରିଥିଲେ ।