ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ପିସିସି ସଭାପତି ଶରତ ପଟ୍ଟନାୟକ

1 min read

ଭୁବନେଶ୍ବର: ରେଳ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ରେଳଯାତ୍ରା କରିବାକୁ ଲୋକ ଭୟ କଲେଣି । ଲଗାତାର ଭାବେ ଟ୍ରେନ ଦୁର୍ଘଟଣା ଘଟୁଛି। ଲୋକଙ୍କ ଜୀବନ ଯାଉଛି । ବାହାନଗା ଟ୍ରାଜେଡିର କିଛି ମାସ ବ୍ୟବଧାନରେ ଆନ୍ଧ୍ରରେ ରେଳ ଦୁର୍ଘଟଣା ଘଟିଛି । ଆଉ କେତେ ଦୁର୍ଘଟଣା ପରେ ଚେତିବେ ? ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି ।

ଟ୍ରେନ ଦୁର୍ଘଟଣା ନେଇ କେନ୍ଦ୍ର ସରକାରଙ୍କ ଉପରେ ବାର୍ଷିଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ l ବାରମ୍ବାର ରେଳ ଦୁର୍ଘଟଣା ପାଇଁ ଲଜ୍ଜା ଓ ଦୁଃଖ ଲାଗୁଛି l ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ନିର୍ବାଚିତ ହୋଇ ରେଳମନ୍ତ୍ରୀ ହୋଇଛନ୍ତି । କିଛି କାମ ହେଉନାହିଁ । ଟ୍ରେନ ଦୁର୍ଘଟଣାରେ କିଛିଦିନ ଭିତରେ ୯ ଶହରୁ ଅଧିକ ଜୀବନ ଗଲାଣି l ପ୍ରଶାସନିକ ଅପାରଗତା ଯୋଗୁ ଏପରି ହେଉଛି l ତେଣୁ ଭାରତବର୍ଷ ପାଖରେ ରେଳମନ୍ତ୍ରୀ ଓଡ଼ିଶାକୁ ଆଉ ଲଜ୍ଜା କି ଦୁଃଖ ନଦେଇ ଇସ୍ତଫା ଦିଅନ୍ତୁ ବୋଲି ପଞ୍ଚାନନ କାନୁନଗୋ ଦାବି କରିଛନ୍ତି ।