ପହଲଗାଓଁ ଆକ୍ରମଣ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ଭକ୍ତଚରଣ ଦାସ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆକ୍ରମଣ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ଭକ୍ତଚରଣ ଦାସ । ଆତଙ୍କବାଦୀ ଭାରତ ଭୂମିରେ ହିନ୍ଦୁ ଶବ୍ଦ ବ୍ୟବହାର କରିବାକୁ ନେଇ ଉଠାଇଲେ ପ୍ରଶ୍ନ । ପଚାରିଲେ, ଆତଙ୍କାବଦୀ କାହିଁକି ହିନ୍ଦୁ ଶବ୍ଦ ବ୍ୟବହାର କଲେ ? କିଏ ଆତଙ୍କବାଦୀଙ୍କ ମୁହଁରେ ହିନ୍ଦୁ ଶବ୍ଦ କୁହାଇଲା ? ସେ ବ୍ୟକ୍ତି ଜଣକ କିଏ ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ ।

ହିନ୍ଦୁ ଶବ୍ଦ ତାଙ୍କ ପାଟିରେ କୁହାଯାଇଛି ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି ଆଗକୁ ଦୁଇଟି ରାଜ୍ୟରେ ନିର୍ବାଚନ ଅଛି । କେନ୍ଦ୍ର ସରକାର କ’ଣ ଡ୍ରାମା କରୁଛନ୍ତି କି ? ବିଜେପି ସରକାରଙ୍କ ସମୟରେ ଅନେକ ଘଟଣା ଘଟିଛି । ପାର୍ଲାମେଣ୍ଟ ଆଟାକ୍, ପୁଲଓ୍ବାମା ଘଟଣା କାହା ସମୟରେ ହେଲା ? କଂଗ୍ରେସ ସମୟରେ କ’ଣ ହୋଇଛି ? ଇନ୍ଦିରାଙ୍କ ସମୟରେ ପୂରା ପାକିସ୍ଥାନ ଘେରାଉ ହୋଇଥିଲା । ନିର୍ବାଚନ ପରେ କାହିଁକି ଫୋର୍ସକୁ ସମ୍ପୂର୍ଣ୍ଣ ଫେରାଇ ଆଣିଲେ ? ନେତା ଗଲା ବେଳକୁ ସିକ୍ୟୁରିଟି ମିଳୁଛି, ହେଲେ ଦୁଇ ହଜାର ଭାରତୀୟ ଲୋକଙ୍କ ଜୀବନର କିଛି ବି ମୂଲ୍ୟ ନାହିଁ ବୋଲି ଉଦବେଗ ପ୍ରକାଶ କରିଛନ୍ତି ପିସିସି ସଭାପତି ।

ପାକିସ୍ତାନ ଓ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏଇଟାକୁ ହିନ୍ଦୁ ମୁସଲିମ ନ କରି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ପୁଲଓ୍ବାମା ଘଟଣାରେ ଯବାନଙ୍କୁ ବଞ୍ଚାଇ ପାରିଲେ ନାହିଁ । ଆଉ ଆଜି ଲୋକଙ୍କୁ ବଞ୍ଚାଇ ପାରିଲେ ନାହିଁ । ନେହରୁଙ୍କୁ ଦୋଷ ଦେଲେ କ’ଣ ହେବ ? ଖାଲି ବାହାଦୁରୀ ମାରିଲେ ଚଳିବନି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ କାହିଁକି ପ୍ରଧାନମନ୍ତ୍ରୀ ଯାଇଥିଲେ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ଲୋକଙ୍କ ଜୀବନ ସହିତ ଖେଳି ରାଜନୀତି କରିବା ବନ୍ଦ କର । ହିନ୍ଦୁ କହିକି ଗୁଳି ମାରିଥିଲେ ତା’ହେଲେ କେମିତି ଜଣେ ମୁସଲମାନ ମଲେ ? ଆତଙ୍କବାଦୀଙ୍କର କୌଣସି ଜାତି ନଥାଏ । ହିନ୍ଦୁ ମୁସଲିମ କଥା କହି ଲୋକଙ୍କୁ ବିଭ୍ରାନ୍ତ କରିବାର ସମୟ ନୁହେଁ । ଭାରତ ପଛରେ ଛିଡା ହେବାର ସମୟ ଆସିଛି । ତ୍ରୁଟି ହୋଇଛି, ପୁଲଓ୍ବାମା ପରେ ଦେଶରେ ଚର୍ଚ୍ଚା ହୋଇଥିଲା, ଦେଶବାସୀ ଜାଗି ଉଠିଥିଲେ । ଇଲେକ୍ସନରେ ସବୁ ଫାଇଦା ବିଜେପି ନେଇଗଲା । ଆତଙ୍କବାଦୀଙ୍କୁ ମାରିବା ପାଇଁ ଆଜି ସବୁ ପାର୍ଟି ସରକାରଙ୍କ ସହିତ ଅଛନ୍ତି ।