ରକ୍ତ ଦେବା ପାଇଁ ଲାଞ୍ଚ ନେଉଥିଲେ ସିକ୍ୟୁରିଟି ସୁପରଭାଇଜର, ଗିରଫ କଲା ପୋଲିସ

କଟକ: ଏସିବି ବ୍ଲଡ୍ ବ୍ୟାଙ୍କରେ ରକ୍ତ ଯୋଗାଇ ଦେବା ନାଁରେ 14 ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଏସିବି ମେଡିକାଲ ସିକ୍ୟୁରିଟି ସୁପରଭାଇଜର । ଗତକାଲି ରାତରେ ବାଲେଶ୍ୱର ଅଞ୍ଚଳର ଜଣେ ରୋଗୀ ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା । କେହି ଡୋନର ନମିଳିବାରୁ ତାଙ୍କୁ ରକ୍ତ କରାଇଦେବା ପାଇଁ ସୁପରଭାଇଜର ଜଣଙ୍କ 14 ଶହ ଟଙ୍କା ଲାଞ୍ଚ ନେଇ ଏକ ବ୍ଲଡ୍ କୁପନ ଧରାଇ ଦେଇଥିଲେ ।

ତେବେ ବ୍ଲଡ୍ ବ୍ୟାଙ୍କରେ ମହିଳା ଜଣଙ୍କ କୁପନ ଦେବା ବେଳେ ଏହା ନକଲି କୁପନ ବୋଲି ଜଣାପଡିଥିଲା । ମହିଳା ଜଣଙ୍କ ଅଭିଯୋଗ ପରେ ମେଡିକାଲ କତ୍ତୃପକ୍ଷ ତଦନ୍ତ କରିଥିଲେ । ସୁପରଭାଇଜରଙ୍କ ସମ୍ପୃକ୍ତ ବୋଲି ଜଣାପଡିବା ପରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । ତେବେ ଏହି ଏତଲା ଆଧାରରେ ଉକ୍ତ ସୁପରଭାଇଜର ସୁଶାନ୍ତ ଚୌଧୁରୀଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି  ମେଡିକାଲ ସିକ୍ୟୁରିଟି ସୁପରଭାଇଜର ।