Paytm ଫାଉଣ୍ଡରଙ୍କୁ ମିଳୁ ନଥିଲେ ଝିଅ ! କହୁ କହୁ କାନ୍ଦି ପକାଇଲେ….

1 min read

ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ୍‌ ଚଲାଉଥିବା ଫିନଟେକ୍‌ ଷ୍ଟାର୍ଟଅପ୍‌ କମ୍ପାନୀ One97 Communication Ltdର ଆଇପିଓର ଲିଷ୍ଟିଂ ହୋଇ ସାରିଛି । ଲିଷ୍ଟିଂ ସେରମନିରେ ଏହାର ଫାଉଣ୍ଡର ଏବଂ ସିଇଓ ବିଜୟ ଶେଖର ଶର୍ମାଙ୍କ କଥା କିନ୍ତୁ ସମସ୍ତଙ୍କୁ ମୁଗ୍ଧ କରିଛି । ବାସ୍ତବରେ ଏହି ସେରମନିରେ ବିଜୟ ଯେଉଁଭଳି ଭାବବିହ୍ୱଳ ହୋଇ ପଡ଼ିଲେ ତାହା କୌଣସି ବ୍ୟକ୍ତି ଆଖିରେ ମଧ୍ୟ ଲୁହ ଆଣିପାରେ । ଏତେ ସଫଳତା ପାଇଥିବା  ବିଜୟ ଶର୍ମାଙ୍କ କାହାଣୀ ଲୋକଙ୍କ ପାଇଁ ଏକ ଉଦାହରଣ ସାଜିଛି ।

୨.୪ ବିଲିୟନ ଡଲାର ବା ୨୫୦ କୋଟିର ମାଲିକ ବିଜୟ ଶେଖର ଶର୍ମା ୨୭ ବର୍ଷ ବୟସରେ ମାସିକ ୧୦ ହଜାର ଟଙ୍କା ରୋଜଗାର କରୁଥିଲେ । ଯାହାର ଖୁଲାସା ନିଜ; ବିଜୟ କରିଛନ୍ତି । କମ୍‌ ରୋଜଗାର ହେତୁ ବିଜୟଙ୍କୁ ଝିଅ ମଧ୍ୟ ମିଳୁନଥିଲେ ।ବିଜୟଙ୍କ ମାସିକ ରୋଜଗାର ୧୦ ହଜାର ଶୁଣିବା ପରେ ଝିଅ ଘରୁ ଦ୍ୱିତୀୟ ଥର ପାଇଁ ଆଉ ଫୋନ୍‌ କଲ ମଧ୍ୟ ଆସୁନଥିଲା । ଧୀରେ ଧୀରେ ନିଜକୁ ଅଯୋଗ୍ୟ ବ୍ୟାଚଲର ଭାବିବାକୁ ଲାଗିଲେ ବିଜୟ । କାହାଣୀ କିନ୍ତୁ ଏତିକିରେ ଶେଷ ହୋଇନଥିଲା । ଜୀବନରେ କିଛି କରିବାର ଅଛି । ଏହି ସ୍ୱପ୍ନ ତାଙ୍କୁ ଟାଣି ନେଇଥିଲା ପେଟିଏମ୍‌ ଆଡ଼କୁ । ଯାହାପରେ  ୨୦୧୦ରେ ପେଟିଏମ ସ୍ଥାପନ କରିଥିଲେ ବିଜୟ  । କିନ୍ତୁ ଏହା ପରର କାହାଣୀ ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଘଟଣା ୨୦୦୪-୦୫ ମସିହାର ।  ପେଟିଏମ ସ୍ଥାପନ କରିବା ପରେ ମଧ୍ୟ ଦିନେ ହଠାତ୍‌ ତାଙ୍କ ବାପା ତାଙ୍କୁ କମ୍ପାନୀ ବନ୍ଦ କରି ଅନ୍ୟ ଏକ କମ୍ପାନୀରେ ୩୦ ହଜାର ଦରମାରେ ଚାକିରି କରିବାକୁ କହିଲେ ।  କିନ୍ତୁ ହାର୍‌ ମାନିନଥିଲେ ବିଜୟ । ନିଜ ଜିଦରେ ସେ ଅଟଳ ରହିଥିଲେ । ସଫଳତା ଆଡ଼କୁ ମୁହାଁଇଥିଲା ବିଜୟଙ୍କ କ୍ୟାରିଅର । ପେଟିଏମକୁ ସମସ୍ତେ ଜାଣିବାକୁ ଲାଗିଲେ । ଲୋକପ୍ରିୟତା ଯଥେଷ୍ଟ ବଢ଼ିବାକୁ ଲାଗିଲା । ସାରା ଭାରତରେ ଡିଜିଟାଲ ପେମେଣ୍ଟ୍‌ ଆପ୍  ପେଟିଏମର ଚାହିଦା ଯଥେଷ୍ଟ ବଢ଼ିଗଲା ।

ଗତ ସପ୍ତାହରେ  ୪୩ ବର୍ଷୀୟ ବିଜୟ ଶେଖର ଶର୍ମା  ପେଟିଏମର ୨.୫ ବିଲିୟନ ଡଲାର ବା ୨୫୦ର ଆଇପିଓର ନେତୃତ୍ୱ ନେଇଛନ୍ତି । ତାଙ୍କ ଫିନଟେକ୍‌ ଫର୍ମ ଏକ ନୂଆ ଭାରତର ପରିଚୟ ହୋଇ ସାରିଛି । ଭାରତର ସର୍ବାଧିକ ଜନସଂଖ୍ୟା ଥିବା ଉତ୍ତର ପ୍ରଦେଶର ଏକ ଛୋଟ ସହରରେ ଜଣେ ଶିକ୍ଷକଙ୍କ ଘରେ ଜନ୍ମ ହୋଇଥିବା ବିଜୟ ଶେଖର ଶର୍ମା ୨୦୧୮ରେ  ଭାରତର ସର୍ବ କନିଷ୍କ କୋଟିପତି ହୋଇ ସାରିଛନ୍ତି । ଏତେ ଧନୀ ହେଲେ ମଧ୍ୟ ଗର୍ବ ତାଙ୍କଠାରୁ ବହୁ ଦୂରରେ । ଏବେ ମଧ୍ୟ ରାସ୍ତାକଡ଼ ଚା ଦୋକାନରେ ଛିଡ଼ା ହୋଇ ଚା’ର ମଜା ନେବାକୁ ସେ ବେଶ୍‌ ପସନ୍ଦ କରନ୍ତି । ଖାଲି ସେତିକି ନୁହେଁ ସକାଳୁ ସକାଳୁ କ୍ଷୀର କିଣିବାକୁ ମଧ୍ୟ ବାହାରି ଯାଆନ୍ତି, ପୂର୍ବଭଳି ।

ସୂଚନାଯୋଗ୍ୟ ବର୍ଷ ୨୦୧୫ରେ  ଚୀନର ଏଣ୍ଟ୍‌ ଗ୍ରୁପ୍‌ ପ୍ରଥମ ଥର  ପେଟିଏମରେ ନିବେଶ କରିଥିଲା । କିନ୍ତୁ ମଜାଦାର କଥା ହେଉଛି ସେହି ସମୟରେ ବିଜୟ କ’ଣ କରୁଛନ୍ତି ତାଙ୍କ ବାପା ମା’ଙ୍କୁ ଖବର ମଧ୍ୟ ନଥିଲା  । ଦିନେ ହଠାତ୍‌ ଖବର କାଗଜରେ ତାଙ୍କ ମା’ ଯାହା ପଢ଼ିଲେ ସେ ଆଖିକୁ ବିଶ୍ୱାସ କରିପାରିଲେନି । ଏତେ ଟଙ୍କାର ମାଲିକ ଜାଣିବା ପରେ ସେ ବିଜୟଙ୍କୁ ପଚାରିଲେଯେ, ଏହା କ’ଣ ସତ ? ତୋ ପାଖରେ ସତରେ କ’ଣ ଏତେ ଟଙ୍କା ଅଛି ?

ବାସ୍ତବରେ ବିଜୟଙ୍କ କାହାଣୀ ସମସ୍ତଙ୍କ ପାଇଁ ଏକ ଉଦାହରଣ ।

Leave a Reply