ଶ୍ରୀକ୍ଷେତ୍ରରେ ଆଜି ପୟାଶ୍ରାଦ୍ଧ ଓ ଦୀପାବଳି ଉତ୍ସବ ପାଳନ

ପୁରୀ: ଆସନ୍ତାକାଲି ପବିତ୍ର ଦୀପାବଳୀ ଓ ପୟାଶ୍ରାଦ୍ଧ। କିନ୍ତୁ କେତୁ ଗ୍ରସ୍ଥ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ ପଡୁଥିବାରୁ ଶ୍ରୀକ୍ଷେତ୍ରରେ ଆଜି ପୟାଶ୍ରାଦ୍ଧ ବା ଦୀପାବଳି ଉତ୍ସବ ପାଳନ କରାଯାଉଛି । ମୁଖ୍ୟତଃ ଅପରପକ୍ଷରେ ମର୍ତ୍ତ୍ୟମଣ୍ତଳକୁ ଆସିଥିବା ପିତୃପୁରୁଷ ମାନେ ଆଜି ସ୍ୱର୍ଗଲୋକକୁ ବିଦାୟ ନେଉଥିବାରୁ ଶ୍ରୀକ୍ଷେତ୍ରରେ ପିଣ୍ତଦାନର ପରମ୍ପରା ରହିଛି।

ଆଜି ସଭିଏଁ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିବେ  । ତେବେ ପରାଗକୁ ନଜରରେ ରଖି ଆଜି ମଧ୍ୟ ରାତ୍ରରୁ ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ଆରମ୍ଭ ହେବା ସହ ଭୋର ୪ଟା ୫୫ ମିନିଟ ସୁଦ୍ଧା ସମସ୍ତ ନିତୀକାନ୍ତି ଶେଷ କରାଯିବ । ଭକ୍ତମାନେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସ୍ଥାନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ତଦାନ ଓ ଶ୍ରାଦ୍ଧ ଦେବେ ।

ସଂଧ୍ୟାରେ ମଧ୍ୟ ଓଡିଆ ରିତିନିତୀ ଅନୁଯାୟୀ ପ୍ରତି ପରିବାର ବଡବଡୁଆଙ୍କ ଉଦେଶ୍ୟରେ କାଉଁରିଆ କାଠି ଜାଳି ବଡ ବଡୁଆଙ୍କୁ ଡାକିବେ । ଭୋଗ ଲାଗି କରିବାର ବିଧି ବ୍ୟବସ୍ଥା ମଧ୍ୟ ରହିଛି  । ବଡ ବଡୁଆଙ୍କୁ ମନେ ପକାଇବାର ଏହି ପରମ୍ପରା ଏବଂ ସେମାନଙ୍କ ପାଇଁ ତିଳ ତର୍ପଣ ଦେବାର ତିଥି ରହିଥାଏ  । ସେହିପରି ଦୀପାବଳି ପାଳନ ହେଉଥିବାରୁ ଏହି ଉତ୍ସବକୁ ପୁରପଲିରେ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବେ  ।