ଅଠାୱଲେଙ୍କ ଦଳ RPIରେ ସାମିଲ୍ ହେଲେ ପାୟଲ ଘୋଷ, ଅନୁରାଗଙ୍କ ନାଁରେ ଆଣିଥିଲେ ଯୌନ ଶୋଷଣ ଅଭିଯୋଗ

1 min read
Payal Ghosh Join RPI Ramdas Athawale Anurag Kashyap Sexual Harassment Case

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ପାୟଲ ଘୋଷ ଆଜି ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (RPI)ରେ ଯୋଗ ଦେଇଛନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ କହିଛନ୍ତି- ଯିଏ ଅନୁରାଗ କଶ୍ୟପଙ୍କୁ ଆହତ କରିଥିଲେ ସିଏ ହେଉଛନ୍ତି ପାୟଲ ।

ବିଗତ ଦିନରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ-ପାୟଲ ଘୋଷଙ୍କ ସହ ଆଲୋଚନା କରିଥିଲେ । ସେତେବେଳେ ସେ ପାୟଲଙ୍କୁ ଭରୋସା ଦେଇଥିଲେ କି ତାଙ୍କ ଦଳ ନ୍ୟାୟର ଲଢ଼େଇରେ ପାୟଲଙ୍କ ସହ ଛିଡ଼ା ହୋଇଛି । ଟ୍ୱିଟ୍ କରି ଲେଖିଥିଲେ- ନ୍ୟାୟ ଲଢ଼େଇରେ ଆରପିଆଇ ସବୁବେଳେ ସାଙ୍ଗରେ ରହିବ । ଆମେ ଆପଣଙ୍କ ସହ ଅଛୁ ।

କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଅଠାୱଲେ ଏହି ପୋଷ୍ଟ ସହିତ ପାୟଲଙ୍କ ଆଲୋଚନାର ଫଟୋ ସେୟାର କରିଥିଲେ । ଏହାପୂର୍ବରୁ ପାୟଲ, ରାମଦାସ ଅଠାୱଲେଙ୍କ ସହ ମିଶି ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିଥିଲେ । ସେତେବେଳେ ଅଠାୱଲେ ପାୟଲଙ୍କୁ ନ୍ୟାୟ ଦେବା ପାଇଁ ଭରସା ଦେଇଥିଲେ ।

Payal Ghosh Join RPI Ramdas Athawale Anurag Kashyap Sexual Harassment Case

ଅନୁରାଗଙ୍କ ଉପରେ ଅଭିଯୋଗ

ଅଭିନେତ୍ରୀ ପାୟଲ ଘୋଷ, ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି । ରୂପେଲି ପରଦାର ପାଥ ଥାପିବା ସମୟରେ ଅନୁରାଗ, ପାୟଲଙ୍କ ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ପାୟଲ ଏହାକୁ ନେଇ କୁହନ୍ତି- ମୁଁ ମୋ ଜୀବନକୁ ବାଜିରେ ଲଗାଇଛି । ମୋ ସହିତ ଯାହା ଘଟିଛି, ତାହା ଆଉ କାହା ସହ ନହେଉ ।

Leave a Reply