ଲକ୍ଷ୍ମୀ ପୁରାଣ ପଢ଼ୁଥିବା ବେଳେ ମଣ୍ଡପରେ ଅଘଟଣ
1 min readସାରା ଗାଁରେ ଥିଲା ଖୁସିର ମାହୋଲ । ବନ୍ଧୁବାନ୍ଧବରେ ଭର୍ତ୍ତି ହୋଇଥିଲା ଗାଁ’ରେ ସମସ୍ତଙ୍କ ଘର । ଗାଁରେ ଚାଲିଥିଲା ମା ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜା । କଟକରେ ନିଜ ପରିବାର ସହିତ ରହୁଥିବା ଜ୍ୟୋତିରଞ୍ଜନ ବେହେରା ସପରିବାରେ ନିଜ ଗାଁ କନ୍ଦରପୁର ପାରବିଲକୁ ଆସିଥିଲେ,ଗାଁ ଲକ୍ଷ୍ମୀ ପୂଜାରେ ସାମିଲ ହେବାକୁ ।
ମାତ୍ର ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା । ଲକ୍ଷ୍ମୀ ମଣ୍ଡପରେ ବସି ଗାଁର ଝିଅମାନେ ଲକ୍ଷ୍ମୀ ପୁରାଣ ପଢୁଥିଲେ । ମାଇକ୍ରୋ ଫୋନ୍ ପାଖରେ ବସିଥିଲା ଜ୍ୟୋତିରଞ୍ଜନଙ୍କ ୧୨ ବର୍ଷର ଝିଅ ପାୟଲ । ହଠାତ୍ ମାଇକ୍ରୋ ଫୋନରେ ବିଦ୍ୟୁତ ଚାର୍ଜ ହୋଇଗଲା ।
ଆଘାତ ଏତେ ଜୋରରେ ଥିଲା ଯେ,ଘଟଣାସ୍ଥଳରେ ପାୟଲର ମୃତ୍ୟୁ ହୋଇଥିଲା । ସାରା ଅଞ୍ଚଳରେ ଏହି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି । ')}