ବଡ଼ ବଡ଼ିଆ ଡାକ ବିନା ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ

ପୁରୀ: ଦୀପାବଳି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ କରାଯାଇଛି । କରୋନା କଟକଣା ଯୋଗୁଁ ଚଳିତ ବର୍ଷ କାଉଁରିଆ କାଠି ଜାଳି ବଡବଡୁଆ ଡାକକୁ ନିଷିଦ୍ଧ କରାଯାଇଛି । ହେଲେ ବଡ଼ଦାଣ୍ଡରେ ପିଣ୍ଡଦାନ କରିବା ପରେ ଘରେ ଡାକୁଛନ୍ତି ବଡବଡିଆ ।

puri PAYA SRADHA 2

ଆଶ୍ୱିନ କୃଷ୍ଣ ପ୍ରତିପଦା ତିଥିରେ ପିତୃପକ୍ଷ ଲୋକେ ଧରାପୃଷ୍ଠକୁ ଅବତରଣ କରିଥିବା ବିଶ୍ୱାସ ରହିଛି । ଏହି ସମୟରେ ମହାଳୟା ପଡୁଥିବାରୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ । ମହାଳୟା ପରେ ଆଜି କେବଳ ଦିନଟିଏ ପାଇଁ ତୀର୍ଥକ୍ଷେତ୍ରରେ ଏହି ପୟାଶ୍ରାଦ୍ଧ ଦ୍ୱାରା ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ପରମ୍ପରା ରହିଛି । ଏଥିପାଇଁ ଶ୍ରୀକ୍ଷେତ୍ରରେ କରୋନା କଟକଣା ଥିବା ସତ୍ତ୍ୱେ ପୟା ଶ୍ରାଦ୍ଧ ଦେଇଛନ୍ତି ଲୋକେ ।

ପ୍ରତିବର୍ଷ ଏଠାରେ ବହୁସଂଖ୍ୟାରେ ଭକ୍ତମାନେ ଦୂରଦୂରାନ୍ତରୁ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆ କାଠି ଜାଳିଥାନ୍ତି । ହେଲେ କରୋନା ପାଇଁ ଚଳିତ ବର୍ଷ ଏସବୁ ବନ୍ଦ ରହିଛି । ଫଳରେ ଏଥରେ ଲୋକେ ଘରେ କାଉଁରିଆ ଜାଳି ବଡବଡୁଆଙ୍କୁ ବିଦାୟ ଦେଇଛନ୍ତି ।

Leave a Reply