ପଓ୍ବନ କଲ୍ୟାଣ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୨ ତାରିଖରେ ଶପଥ ଗ୍ରହଣ କରିବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ତେବେ ଜନସେନା ମୁଖ୍ୟ ତଥା ଅଭିନେତା ପଓ୍ବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି । କେବଳ ଉପମୁଖ୍ୟମନ୍ତ୍ରୀ ନୁହଁନ୍ତି ତାଙ୍କୁ ଏକ ଗୁରୁ ଦାୟିତ୍ବ ଦିଆଯିବ ବୋଲି ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । ନିକଟରେ ଏକ ଇଣ୍ଟରଭିୟୁରେ ପଓ୍ବନ କଲ୍ୟାଣ କହିଛନ୍ତି କି, କ୍ୟାବିନେଟରେ ଯୋଗ ଦେବାକୁ ଇଛୁକ । ପଓ୍ବନ କଲ୍ୟାଣଙ୍କ ହାତରେ ଏବେ ବହୁ ବଡ଼ ବଡ଼ ଫିଲ୍ମର ଅଫରମାନ ରହିଛି । ଏଣୁ ସେ ଅଭିନୟ ସାଙ୍ଗକୁ ରାଜନୀତି କେମିତି ମ୍ୟାନେଜ କରିବେ ତାହା ଦେଖିବାର ବିଷୟ ।

ପୂର୍ବରୁ ଟିଡିପି ଏବଂ ଜନସେନା ପକ୍ଷରୁ ଅଭିଯୋଗ କରାଯାଇଛି କି, ପୂର୍ବ ସରକାର ଗ୍ରାମାଞ୍ଚଳ ଏବଂ ପଞ୍ଚାୟତସ୍ତରକୁ ଅଣଦେଖା କରିଛନ୍ତି । ଅର୍ଥ ଠିକ୍ ଭାବେ ଆବଣ୍ଟନ କରାଯାଇନାହିଁ । ଏଣୁ ଗୃହ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପଓ୍ବନ କଲ୍ୟାଣଙ୍କୁ ମିଳିପାରେ ।