ଶର୍ମିଷ୍ଠା ପାନୋଲିଙ୍କ ଗିରଫଦାରୀକୁ ନେଇ ରାଜନୈତିକ ମହଲରେ ଝଡ଼

କୋଲକାତା: କୋଲକାତା ପୋଲିସ ଦ୍ବାରା ସୋସିଆଲ ମିଡିଆ ସେନସେସନ ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ କରାଯିବା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି । ଏ ନେଇ ବିଜେପି ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରିଛି । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଶର୍ମିଷ୍ଠା ପାନୋଲିଙ୍କ ଗିରଫଦାରୀକୁ ଭୁଲ ବୋଲି କହିଛନ୍ତି । ଏହା ସହ ସେ ଏ କିଛି ନିର୍ଦ୍ଧିଷ୍ଟ ବର୍ଗଙ୍କୁ ଖୁସି କରିବାକୁ ଏପରି କରିଛନ୍ତି ବୋଲି କହିଛନ୍ତି ।

ଆଇନ ଛାତ୍ରୀ ଶର୍ମିଷ୍ଠା ଅପରେସନ ସିନ୍ଦୂର ବେଳେ ଏପରି କଥା କହିଥିଲେ ଯେ, କିଛି ଲୋକଙ୍କ ପାଇଁ ଦୁଃଖଦ ଏବଂ ଆଘାତଦାୟକ ଥିଲା । ସେ ନିଜର ଭୁଲ ସ୍ବୀକାର କରି ଭିଡିଓ ଡିଲିଟ କରିଦେଇଛନ୍ତି । ତଥାପି ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସେ ଆହୁରି କହିଛନ୍ତି ଯେ, ଟିଏମସି ନେତା, ସାଂସଦ ଧର୍ମକୁ ମଜା କରନ୍ତି । ଆମ ଧର୍ମକୁ ଖରାପ ଧର୍ମ ବୋଲି କୁହାଯାଏ । ସେତେବେଳେ ତ ସେମାନେ ଭୁଲ ମାଗନ୍ତିନାହିଁ । ତାଙ୍କର ତ ଗିରଫଦାରି ହୁଏନି ।

ଏ ନେଇ ପବନ କଲ୍ୟାଣ କହିଥିଲେ ଯେ, ଇଶ୍ବରଙ୍କୁ ନିନ୍ଦା କରୁଥିବା ଲୋକଙ୍କୁ ସବୁବେଳେ ନିନ୍ଦା କରାଯିବା ଉଚିତ । ପଶ୍ଚିମବଙ୍ଗ ପୋଲିସ ଯାହା କରୁଛି ଦେଶ ଦେଖୁଛି । ସମସ୍ତଙ୍କ ପ୍ରତି ନ୍ୟାୟ କରିବା ଉଚିତ । ମୁଁ ଶର୍ମିଷ୍ଠାଙ୍କ ସହ ଠିଆ ହୋଇଛି ।