spot_img

Latest Posts

ଇଟାଲିୟନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆଓ୍ୱାର୍ଡ-୨୦୧୯: ପ୍ରଥମ ଭାରତୀୟ ଭାବେ ସମ୍ମାନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ମିଳିଛି  ‘ଇଟାଲିୟନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆଓ୍ୱାର୍ଡ-୨୦୧୯’।  ଇଟାଲିର ରୋମ୍‌ରେ  ଆୟୋଜିତ  ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ ଉତ୍ସବରେ  ଏପରି ସମ୍ମାନରେ ସମ୍ମାନିତ ହୋଇଛନ୍ତି ସୁଦର୍ଶନ।  ଏହି ଉତ୍ସବରେ ଭାରତୀୟ ହାଇକମିଶନର ଉପମୁଖ୍ୟ ନିହାରିକା ସିଂହ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ଏହି ସମ୍ମାନ ମିଳିଛି।

ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଯାଏ ଚାଲିବ। ଏହି ଅବସରରେ ସେ ୧୦ଫୁଟ ଉଚ୍ଚତା ବିଶିଷ୍ଟ ମହାତ୍ମା ଗାନ୍ଧିଙ୍କ ବାଲୁକା କଳା ନିର୍ମାଣ କରିଥିଲେ। ଏହି ଉତ୍ସବରେ ୮ଟି ଦେଶର ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି। ସେମାନଙ୍କୁ ପଛରେ ପକାଇ ଏହି ସମ୍ମାନ ହାତେଇବାରେ ସୁଦର୍ଶନ ସଫଳ ହୋଇଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ସୁଦର୍ଶନ କହିଛନ୍ତି ଯେ, ଏହି ଇଭେଣ୍ଟରେ ବିଭିନ୍ନ ଦେଶରୁ ୮ଟି ମୂର୍ତ୍ତିକଳା ଯୋଗ ଦେଇଥିଲେ ଏବଂ ସେ ନିଜକୁ ବହୁତ ଭାଗ୍ୟବାନ ମନେକରୁଛନ୍ତି ଯେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଉଛି । ସୁଦର୍ଶନ ପଟ୍ଟନାୟକ ୬୦ରୁ ଅଧିକ ବାଲୁକା କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଲେଣି ଏବଂ ଭାରତ ପାଇଁ ଅନେକ ପୁରସ୍କାର ମଧ୍ୟ ଅର୍ଜନ କରିଛନ୍ତି ।

')}

Latest Posts

Don't Miss