spot_img

Latest Posts

ଅଭିଯୁକ୍ତର ମୋବାଇଲରୁ ମିଳିଛି ୬୦ଟି ଅଶ୍ଳୀଳ ଭିଡିଓ : ଏସପି

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ କାଠିଆପଡ଼ା ଛାତ୍ରୀ ମୃତ୍ୟୁ ଘଟଣା। ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ପରେ କୋର୍ଟ ଚାଲାଣ। ଆତ୍ମହତ୍ଯା ଲାଗି ଉସୁକାଇଥିବା ଭଳି ସାଂଘାତିକ ତଥ୍ୟ ରଖିଛନ୍ତି କେନ୍ଦ୍ରାପଡ଼ା ଏସପି। ଗତ ୬ ତାରିଖ ସକାଳ ୭ଟା ୩୪ରେ ଛାତ୍ରୀ ପୋଡ଼ିହୋଇଥିଲେ ପୀଡ଼ିତା ଛାତ୍ରୀ। ସେହିଦିନ ପ୍ରମୋଦ ଛାତ୍ରୀଙ୍କୁ ୫ରୁ ୬ ଥର ଫୋନ କରିଥିଲା। ୬ ଅଗଷ୍ଟରେ ୫ରୁ ୬ ଥର ହ୍ଵାଟ୍ସଆପ ମେସେଜ ମଧ୍ୟ କରିଥିଲା ପ୍ରମୋଦ। ଏଥିରୁ ଜଣାପଡ଼ୁଛି ଛାତ୍ରୀଙ୍କ ଆତ୍ମହତ୍ୟା କରିବା ପାଇଁ ପୁରୁଷବନ୍ଧୁ ଉସୁକାଇଥିବା ପୋଲିସ ସ୍ପଷ୍ଟ କରିଛି। ପ୍ରମୋଦ ବେହେରା ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ପ୍ରମାଣକୁ ଆଧାର କରି ପୋଲିସ ଅଭିଯୁକ୍ତ ପ୍ରମୋଦକୁ ଗିରଫ କରିଛି। ପଡୋଶୀଙ୍କ ସିସିଟିଭି ଫୁଟେଜ୍ରୁ କିଛି ତଥ୍ୟ ମିଳିନାହିଁ। ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି FMT ରିପୋର୍ଟ ଆସିବା ପରେ ଜଣାପଡ଼ିବ। ପୋଲିସ ଛାନବିନରୁ ଜଣାପଡ଼ିଛି ପ୍ରମୋଦଙ୍କ ମୋବାଇଲରେ ରହିଥିଲା ମୃତ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ। ଏସବୁ ଅଶ୍ଲୀଳ ଭିଡିଓକୁ ଗତ ଜୁଲାଇ ୧୭ରେ ଛାତ୍ରୀଙ୍କ ବାପାଙ୍କ ସହ ଏକାଧିକ ବ୍ୟକ୍ତିଙ୍କ ପାଖକୁ ଅଭିଯୁକ୍ତ ପ୍ରମୋଦ ପଠାଇଛି। ଅଭିଯୁକ୍ତର ମୋବାଇଲରୁ ମିଳିଛି ୬୦ଟି ଅଶ୍ଳୀଳ ଭିଡିଓ। ଦୁଇ ଦିନ ଆଗରୁ ପ୍ରମୋଦଙ୍କୁ ଚେନ୍ନାଇରୁ ଉଠାଇ ଆଣିଥିଲା ପୋଲିସ। ଗତକାଲି ପ୍ରମୋଦ ନାଁରେ ଏତଲା ଦେଇଥିଲେ ପୀଡ଼ିତାଙ୍କ ପରିବାର। ମୃତ ଛାତ୍ରୀଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଥିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ । ଝିଅକୁ ପ୍ରେମିକ ମାନସିକ ନିର୍ଯାତନା ଦେଇଥିବା କାରଣରୁ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ମୃତ ଛାତ୍ରୀଙ୍କ ବାପା।

Latest Posts

Don't Miss