ହତ୍ୟା ନା ଆତ୍ମହତ୍ୟା: ଖୋଲୁଛି ପାଟଣାଗଡ଼ର ୬ଜଣଙ୍କ ଡେଥ୍ ମିଷ୍ଟ୍ରି

ବଲାଙ୍ଗୀର: ଖୋଲୁଛି ପାଟଣାଗଡ଼ ଡେଥ୍ ମିଷ୍ଟ୍ରି । କୁସୁମପଡ଼ାରେ ଗୋଟିଏ ପରିବାରର ୬ଜଣଙ୍କର କେମିତି ହେଲା ମୃତ୍ୟୁ? ବଢିଲା ହତ୍ୟା ସନ୍ଦେହ । ପୂର୍ବ ଶତ୍ରୁତା ନେଇ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପରିବାରର ଅନ୍ୟ ସମ୍ପର୍କୀୟ ଓ ୨ ପୁଅ ସେମାନଙ୍କୁ ଚିହ୍ନିଥିବା ପୋଲିସକୁ କହିବା ପରେ ସନ୍ଦେହ ଆହୁରି ଘନୀଭୂତ ହୋଇଛି । ଆଜି ମୃତ ୬ଜଣଙ୍କ ଶବ ବ୍ୟବଛେଦ କରାଯିବ ।

ଗତକାଲି ଘର ଭିତରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଥିଲା। ପାଟଣାଗଡ଼ ସଅଁରାପଡ଼ାର କୁସମପଡ଼ାର ବୁଲୁ ଯାନୀ‌ ତାଙ୍କ ସ୍ତ୍ରୀ ଓ ୪ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘର ଭିତରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର ୬ ଜଣ ସଦସ୍ୟ‌ଙ୍କ ମୃତଦେହ ପୋଲିସ ଠାବ କରିଥିଲା। ଯଦିଓ ଶବ ବ୍ୟବଚ୍ଛେଦ ପରେ ଚିତ୍ର ସ୍ପଷ୍ଟ ହେବ ତଥାପି ଗତକାଲି ଉଦ୍ଧାର ହୋଇଥିବା ମୃତ ଦେହର ପଛପଟ ମୁଣ୍ଡରେ ଆଘାତ ଲାଗିଥିଲା । ଯେଉଁ କାରଣରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ମୃତ୍ୟୁ ହେଲା, ସେନେଇ ତନାଘନା କରୁଛି ପୋଲିସ ।

ସୂଚନା ଅନୁସାରେ, ପରିବାର ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ୨ପୁଅ ଜୀବିତ ଅଛନ୍ତି । ଗୁରୁବାର ଦିନ ସକାଳେ ଏହି ଦୁଇଜଣଙ୍କୁ ପୋଲିସ ପଚାରାଉଚରା କରିଛି । ପଚରାଉଚରା ସମୟରେ ଏହି ହତ୍ୟାକାଣ୍ଡ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ବୁଲୁ ଜନୀଙ୍କ ମଝିଆ ପୁଅ ସରୋଜ ଯାନୀଙ୍କ ଅଭିଯୋଗରେ ଭୋଳା ଯାନୀ ଓ ଶିବା ଯାନୀଙ୍କୁ ଅଟକ ରଖାଯାଇଥିଲା । ଏହି ଦୁଇଜଣ ପୂର୍ବରୁ ହତ୍ୟା ପାଇଁ ଧମକ ଦେଇଥିବା  ବୁଲୁ ଜନୀ ଅଭିଯୋଗ କରିଛନ୍ତି । ତେବେ ଦୁଇଜଣ ଜଙ୍ଗଲରେ ଲୁଚିଥିବା ବେଳେ ପୋଲିସ ଉଠାଇ ନେଇଛି । ହତ୍ୟାରେ ୧୨ରୁ ୧୫ଜଣ ଅଭିଯୁକ୍ତ ସମ୍ପୂର୍କ୍ତ ଥିବା ଅଭିଯୋଗ କରିଛନ୍ତି ସରୋଜ ।

Leave a Reply