ଶିକ୍ଷକଙ୍କୁ ଶୀତ ଲାଗିଲା ବୋଲି ଜାଳିଦେଲେ ସ୍କୁଲ ବେଞ୍ଚ୍‌ ଟେବୁଲ

1 min read

ପାଟନା: ବିହାର ଶିକ୍ଷା ବ୍ୟବସ୍ଥାରେ ଅଜବ କାରନାମା ସାମନାକୁ ଆସିଛି  । ଏକ ଭାଇରାଲ ଭିଡିଓ ପାଇଁ ଶିକ୍ଷା ବ୍ୟବସ୍ଥାରେ ପ୍ରଶ୍ନ ଉଠିଛି । ଏହି ଭାଇରାଲ ଭିଡିଓରେ ପିଲାଙ୍କ ସ୍କୁଲ ବେଞ୍ଚ ଜଳୁଥିବା ଦେଖିବାକୁ ମିଲିଛି  । ସ୍କୁଲର ପାଚିକା ବେଞ୍ଚ ଟେବୁଲ ଜାଲି ମିଡ ଡେ ମିଲ ପ୍ରସ୍ତୁତ କରୁଛନ୍ତି  । ପାଟନାକୁ ଲାଗିଥିବା ବିହଟା ବ୍ଲକ ଅନ୍ତର୍ଗତ କୋରହରରେ ଅପଗ୍ରେଡ ମିଡିଲ ସ୍କୁଲର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି  ।

ସେହିପରି ଆଉ ଏକ ଅଭିଯୋଗ ଆସିଛି ଯେ ଶିକ୍ଷକଙ୍କୁ ଶୀତ ଲାଗିଲା ବୋଲି ବେଞ୍ଚ କାଠ ଜଳାଇ ଦିଆଯାଇଛି  । ନିକଟରେ RJD ବିଧାୟକ ଭାଇ ବୀରେନ୍ଦ୍ର ବିଧାୟକ ଫଣ୍ଡରୁ ପିଲାଙ୍କ ପାଇଁ ବସିବା ପାଇଁ ସ୍କୁଲରେ ବେଞ୍ଚ ଓ ଡେସ୍କ ଯୋଗାଇ ଦେଇଥିଲେ  । କିନ୍ତୁ ପ୍ରବଳ ଥଣ୍ଡା ଯୋଗୁଁ ସ୍କୁଲ ଅଧ୍ୟକ୍ଷ ପିଲାମାନଙ୍କୁ ନୂଆ ବେଞ୍ଚ ଭାଙ୍ଗି ନିଆଁ ଲଗାଇବା ପାଇଁ କହିଥିଲେ । ଥଣ୍ତାରୁ ମୁକ୍ତି ସହ ମିଡ ଡେ ମିଲ୍‌ ବି ପ୍ରସ୍ତୁତ ହୋଇଯିବ  ।

କୋରହରର ଅପଗ୍ରେଡେଡ ସ୍କୁଲ ଅଧ୍ୟକ୍ଷ VRS ନେଇଛନ୍ତି  । ଏହାପରେ ସ୍କୁଲର ଦାୟିତ୍ବ ଜଣେ ଶିକ୍ଷକଙ୍କ କାନ୍ଧରେ ରହିଛି  । କିନ୍ତୁ ଏହି ଶିକ୍ଷକଙ୍କ ବିରୁଦ୍ଧରେ ହିଁ ଅଭିଯୋଗ ଆସିଛି  । BEO ଏବେ ସ୍କୁଲ ପ୍ରଭାରୀଙ୍କୁ ବେଞ୍ଚ ଡେସ୍କ ଜାଳିବା ପାଇଁ ସ୍ପଷ୍ଟୀକରଣ ମାଗିଛନ୍ତି  ।