spot_img

Latest Posts

ସନି ଲିଓନିଙ୍କ ପରେ ବାହାରିଲା ସାଉଥ୍ ହିରୋଇନଙ୍କ ପରୀକ୍ଷା ଫଳାଫଳ ! ଜାଣନ୍ତୁ ପୂରା ଘଟଣା

ପାଟନା: ବିହାର STET ପରୀକ୍ଷାର ଫଳାଫଳ ବାହାରିବା ପରେ ଉତ୍ତେଜନା ବଢିବାରେ ଲାଗିଛି । ନିକଟରେ, ବହୁ ସଂଖ୍ୟକ ପ୍ରାର୍ଥୀ ଏହି ଫଳାଫଳରେ ହେରଫେର ହୋଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଥିଲେ । ଗୁରୁବାର ଦିନ ସାଉଥ ହିରୋଇନ୍ ଅନୁପମା ପରମେଶ୍ୱରଣଙ୍କ ଫଟୋ ଥିବା ଜଣେ ପ୍ରାର୍ଥୀଙ୍କ ଫଳାଫଳ ଭାଇରାଲ ହୋଇଛି । ଭାଇରାଲ୍ ହେଉଥିବା STET ଫଳାଫଳ କାଗଜରେ ବା ସ୍କୋରସିଟରେ ମାଲାୟାଲମ୍ ଅଭିନେତ୍ରୀ ଅନୁପମା ପରମେଶ୍ୱରଣଙ୍କ ଚିତ୍ର ଥିବାବେଳେ ନାମ ଋଷିକେଶ କୁମାରଙ୍କର ନାଁ ରହିଛି ।

ଏହି ଚିତ୍ର ଭାଇରାଲ ହେବା ପରେ ପ୍ରାର୍ଥୀମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରି କହିଛନ୍ତି ଯେ STET ଫଳାଫଳରେ ବଡ଼ ଧରଣର ହେରଫେର ହୋଇଛି । ଏହା କିପରି ସମ୍ଭବ ଯେ ଋଷିକେଶ କୁମାର ନାମକ ଜଣେ ପ୍ରାର୍ଥୀଙ୍କ ବଦଳରେ ଦକ୍ଷିଣ ହିରୋଇନଙ୍କ ଫଟୋ ରହିଛି । ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ ଫଳାଫଳ ଶୀଘ୍ର ପ୍ରକାଶ ପାଇଛି ଯେଉଁଥିରେ ବହୁ ସଂଖ୍ୟକ ପ୍ରାର୍ଥୀ ସର୍ଟଲିଷ୍ଟ ହୋଇଛନ୍ତି।

ଏହା ପୂର୍ବରୁ ସନ୍ନି ଲିଓନୀଙ୍କର ମଧ୍ୟ ଫଳାଫଳ ବାହାରିଥିଲା

ତେବେ ଏହା ପ୍ରଥମ ଘଟଣା ନୁହେଁ ଯାହା ପାଇଁ ବିହାରର ଏଭଳି ଉତ୍ତେଜନା ଦେଖାଦେଇଛି । ଏହାପୂର୍ବରୁ ଜୁନିୟର ଇଞ୍ଜିନିୟର ପଦବୀ ପାଇଁ ବାହାରିଥିବା ରେଜଲ୍ଟରେ ବଲିଉଡର ହିରୋଇନ୍ ସନ୍ନି ଲିଓନଙ୍କ ଫଳାଫଳ ପ୍ରସଙ୍ଗ ସାମ୍ନାକୁ ଆସିଥିଲା, ଯାହା ପରେ ଏମିତି ଏକ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ପରେ ବିଭାଗ ଏହି ଭୁଲକୁ ବିଚାର କରି ଏହାକୁ ସଂଶୋଧନ କରି କିଛି ଛାତ୍ରଙ୍କ ଦୁଷ୍ଟାମୀ ପାଇଁ ଏମିତି ଭୁଲ ହୋଇଥିବା କହିଥିଲା ।

STET ଫଳାଫଳରେ ସାଉଥ ହିରୋଇନ୍ ଅନୁପମା ପରମେଶ୍ୱରଣଙ୍କ ଫଳାଫଳ ପରେ ଉତ୍ତେଜନା ମଧ୍ୟରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ମଧ୍ୟ ଏକ ଟୁଇଟ୍ ଜରିଆରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଅନ୍ୟପଟେ ଜେଡିୟୁ ନେତା ଗୁଲାମ ଗୈସ କହିଛନ୍ତି ଯେ STET ଫଳାଫଳରେ ଦକ୍ଷିଣର ହିରୋଇନ୍ ଫଟୋ ଭାଇରାଲ ହେବା ମାମଲାକୁ ସଂଶୋଧନ କରାଯିବ । ଏହାସହ ପରୀକ୍ଷା ଫଳାଫଳ ଶୀଘ୍ର ଓ ବହୁ ସଂଖ୍ୟାରେ ବାହାରିଥିବାରୁ ଏମିତି ଛୋଟ ଭୁଲ୍ ହେଉଛି, ଏହାକୁ ସଂଶୋଧନ କରାଯିବା କଥା ଗୁଲାମ କହିଛନ୍ତି ।

Latest Posts

Don't Miss