spot_img

Latest Posts

ଅଟୋ-ହାଇଓ୍ବା ମୁହାଁମୁହିଁ ଧକ୍କା । ୮ ମୃତ, ୫ ଆହତ

ନନ୍ଦିଘୋଷ ବ୍ୟୁରୋ : ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପାଟନା ଶାହଜାହାନପୁର ଥାନା ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

ନାଳନ୍ଦା ଜିଲ୍ଲାର ହିଲସା ଥାନା ଅଞ୍ଚଳରେ ଅବସ୍ଥିତ ରେରା ମାଲାମା ଗାଁର ବାସିନ୍ଦାମାନେ ଏକ ଅଟୋରେ ପାଟନା ଆସିଥିଲେ। ଗଙ୍ଗାରେ ସ୍ନାନ କରିବା ପାଇଁ ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋଟି ଏକ ଅଜଣା ଗାଡିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଛି ।  ଏଥିରେ ପାଞ୍ଚ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୭ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି । ଅଟୋ ଓ ହାଇଓ୍ବା ମଧ୍ୟରେ ଧକ୍କା ଏତେ ଜୋରରେ ହୋଇଥିଲା ଯେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଧକ୍କାର ଶବ୍ଦ ଏତେ ଜୋରରେ ଥିଲା ଯେ ଆଖପାଖର ଲୋକମାନେ ଦୁର୍ଘଟଣାସ୍ଥଳ ଆଡକୁ ଦୌଡ଼ିଥିଲେ। ଅନ୍ୟପଟେ ଦୁର୍ଘଟଣା ପରେ ହାଇଓ୍ବା ଡ୍ରାଇଭର ଫେରାର ଅଛି ।

ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା ।  ଗାଡିକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଫେରାର ଡ୍ରାଇଭରକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

Latest Posts

Don't Miss