spot_img

Latest Posts

ବିହାର ରାଜନୀତିରେ ହଟଚମଟ, ନୀତିଶ-ବିଜେପି ଡିଲ୍ ଉପରେ ସିଲ୍ ?

ପାଟନା: ବିହାର ରାଜନୀତିରେ ହଟଚମଟ । ଭାଙ୍ଗିପାରେ ଆରଜେଡି-ଜେଡିୟୁ ମେଣ୍ଟ । ବିଜେପି ଏବଂ ଜେଡିୟୁ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜେଡିୟୁ-ବିଜେପି ଏକାଠି ହେଲେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । କୁହାଯାଉଛି ଯେ, ବିଜେପିରୁ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ହେଉଛି। ଏହି ସମୟରେ ଆଉ ଏକ ବଡ ଖବର ହେଉଛି ଯେ,  ଜେଡିୟୁ ତାର ସବୁ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି। ଏହା ସହ ନିଜ ନିଜ ଅଞ୍ଚଳରେ ପତାକା ଉତ୍ତୋଳନ ଦାୟିତ୍ୱରେ ଥିବା ମନ୍ତ୍ରୀମାନଙ୍କୁ ମଧ୍ୟ ଆଜି ପାଟନାକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଅନେକ ବିଧାୟକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ନୀତୀଶ କୁମାରଙ୍କ ପାଇଁ ଦ୍ବାର ବନ୍ଦ ନୁହେଁ ବୋଲି କହିଛନ୍ତି ପୂର୍ବତନ ଡେପୁଟି ସିଏମ ସୁଶୀଲ କୁମାର ମୋଦି । ବିଜେପି ମଧ୍ୟ ରାଜ୍ୟ କାର୍ଯ୍ୟ କମିଟିର ସମସ୍ତ ସଦସ୍ୟଙ୍କୁ ପାଟନାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି। କୁହାଯାଉଛି ଯେ, ୨୮ ତାରିଖ ପୂର୍ବରୁ ବିହାରରେ ବଡ଼ ପରିବର୍ତ୍ତନ ହେବା ସମ୍ଭାବନା ରହିଛି ।

ଜେଡିୟୁ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୮ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ମହାରଣା ପ୍ରତାପ ରାଲିକୁ ମଧ୍ୟ ବାତିଲ କରାଯାଇଛି। ବିହାରରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକା ସହ କରିବା ନେଇ ବିଜେପି ନେତାଙ୍କ ସମର୍ଥନ ଉପରେ କିଛି ବି ରାୟ ଦେଇନାହାନ୍ତି ।

 

 

Latest Posts

Don't Miss