୨୦ବର୍ଷ ବୟସରେ କ୍ରିକେଟର ଆଉ ୨୬ବର୍ଷ ବୟସରେ ରାଜନେତା, ଏମିତି ଥିଲା ତେଜସ୍ୱୀ ଯାଦବଙ୍କ କ୍ୟାରିୟର

1 min read

ନୂଆଦିଲ୍ଲୀ: ବିହାରର ନେତା ତଥା ଲାଲୁ ପ୍ରସାଦଙ୍କ ସାନ ପୁଅ ତେଜସ୍ୱୀ ସୋମବାର ଦିନ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆପମ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ତେଜସ୍ୱୀ ଯାଦବ କ୍ରିକେଟରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ କ୍ରିକେଟର ଭାବେ ସେ ଏତେଟା ସଫଳ ହୋଇପାରିନଥିଲେ । ଶେଷରେ ଏହି କ୍ରିକେଟ ଦୁନିଆରୁ ବିଦାୟ ନେଇ ରାଜନୀତିକୁ ଚାଲିଆସିଥିଲେ ତେଜସ୍ୱୀ । ଏବେ ବିହାର ରାଜନୀତିର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ତେଜସ୍ୱୀ ଯାଦବ । ଆଜି ତେଜସ୍ୱୀଙ୍କ ୩୦ ବର୍ଷରେ ପାଦ ଥାପିଛନ୍ତି । ଏବଂ ମାତ୍ର ୩୦ ବର୍ଷ ବୟସରେ ଏବେ ସେ ବିହାର ନିର୍ବାଚନରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ଏହାସହ ଚଳିତ ନିର୍ବାଚନରେ ସେ ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି ।

ଯଦିଓ କ୍ରିକେଟ ଜଗତରେ ସେ ଏତେଟା ସୁନାମ ଅର୍ଜନ କରିନାହାଁନ୍ତି ତଥାପି ସେ କ୍ରିକେଟରେ ନିଜ ଛାପ ଛାଡିଛନ୍ତି । ତେଜସ୍ୱୀ ଜାଦବ ସ୍କୁଲ ଶିକ୍ଷା ଦିଲ୍ଲୀ ପବ୍ଲିକ ସ୍କୁଲରୁ ଆରମ୍ଭ କରିଥିଲେ । ସ୍କୁଲରେ ପଢିବା ବେଳୁ ସେ କ୍ରିକେଟରେ ନିଜ ଦକ୍ଷତା ଦେଖାଇଥିଲେ । ଏହାପରେ ସେ ଦିଲ୍ଲୀ ପକ୍ଷରୁ ୧୫ ବର୍ଷରୁ କମ କ୍ରିକେଟ ଟିମରେ ଯୋଗ ଦେଇଥିଲେ । ଆଉ ଏହି ଟିମରେ ତାଙ୍କ ସହ ଥିଲେ ଇଣ୍ଡିଆ ଟିମର ଅଧିନାୟକ ବିରାଟ କୋହଲି ଏବଂ ସେ ସମୟର ଫାଷ୍ଟ ବୋଲର ଇଶାନ୍ତ ଶର୍ମା । ପରେ ସେ କ୍ରିକେଟ ପାଇଁ ଦଶମ ଶ୍ରେଣୀରୁ ନିଜ ପାଠ ପଢା ଛାଡିଥିଲେ । ଏହାସହ ସେ ଦିଲ୍ଲୀ ପାଇଁ ୧୭ ବର୍ଷରୁ କମ ଓ ୧୯ ବର୍ଷରୁ କମ କ୍ରିକେ ମ୍ୟଚରେ ମଧ୍ୟ ଖେଳିଛନ୍ତି । ତେବେ ଏତିକିରେ ସରିନଥିଲା ତାଙ୍କ କ୍ୟାରିୟର । ସେ ୨୦୦୮ରେ ୧୯ ବର୍ଷରୁ କମ କ୍ରିକେଟ ଟିମରେ ଭାରତୀୟ ଦଳରେ ଷ୍ଟାଣ୍ଡ ବାଇ ଖେଳାଳି ଭାବେ ସ୍ଥାନ ପାଇଥିଲେ ।

IPL ଖେଳିଛନ୍ତି ତେଜସ୍ୱୀ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତେଜସ୍ୱୀ ଆଇପିଏଲ ମଧ୍ୟ ଖେଳିଛନ୍ତି । ୨୦୦୮ରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ଟିମରେ ସ୍ଥାନ ପାଇଥିଲେ । ୨୦୦୮ରୁ ୧୨ ଯାଏଁ ସେ ଦଳରେ ରିଜର୍ଭ ଖେଳାଳି ଭାବେ ରହିଥିଲେ । ଏହାସହ ସେ ୨୦୧୧ରେ ଝାଡଖଣ୍ଡ କ୍ରିକେଟ ଟିମ ପକ୍ଷରୁ ଖେଳ ଆରମ୍ଭ କରିଥିଲେ । ହେଲେ କ୍ରିକେଟରେ ସେ ଲମ୍ବା କ୍ୟାରିୟର କରିନପାରି ସେ ଚାଲି ଆସିଥିଲେ ରାଜନୀତିକୁ ।

ନିତିଶଙ୍କ ସରକାରୁ ହୋଇଥିଲେ ବହିଷ୍କାର

୨୦୧୫ ବିହାର ସାଧାରଣ ନିର୍ବାଚନରେ ରାଘୋପୁରରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ତେଜସ୍ୱୀ । ଏହି ମହାଗଠବନ୍ଧନ ସରକାରରେ ତେଜସ୍ୱୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ଦିଆଯାଇଥିଲେ । ଏହାପରେ ୨୦୧୭ରେ ଅର୍ଥ ହେରଫେର ମାମଲାରେ ତେଜସ୍ୱୀଙ୍କ ନାଁରେ ଅଭିଯୋଗ ଆସିବାରୁ ତାଙ୍କୁ ନୀତୀଶ ସରକାରରୁ ବହିଷ୍କାର କରାଯାଇଥିଲା । ବର୍ତ୍ତମାନ ୨୦୨୦ ନିର୍ବାଚନରେ ସେହି ନୀତୀଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତେଜସ୍ୱୀ । ଏହି ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ଓ ଯୁବ ନେତୃତ୍ୱ ଭାବେ ଆଗକୁ ଆସିଛନ୍ତି ତେଜସ୍ୱୀ ଯାଦବ ।

Leave a Reply