ତେଜସ୍ୱୀଙ୍କ ସମେତ ୩୪ ବିଧାୟକଙ୍କୁ ମିଳିଲା ଜାମିନ: ଜାଣନ୍ତୁ କାହିଁକି

1 min read

ପାଟଣା: ବିହାର ବିଧାନସଭାରେ ବିରୋଧୀଦଳର ନେତା ତେଜସ୍ୱୀ ଯାଦବଙ୍କ ସମେତ ୩୪ ଜଣ ବିଧାୟକ ଜାମିନ ପାଇଛନ୍ତି। ଏହି ଲୋକମାନେ ଲକଡାଉନ୍ ଆକ୍ଟ ଉଲ୍ଲଂଘନ କରିଥିବା ଏବଂ ୨୯ ମଇ ଦିନ ପାଟଣା ସଚିବାଳୟ ପୋଲିସ୍ ଷ୍ଟେସନରେ କେସ୍ ନମ୍ବର ୬୪/୨୦ ଅନୁଯାୟୀ ସାମାଜିକ ଦୂରତା ପାଳନ କରୁ ନ ଥିବା ଅଭିଯୋଗ ହୋଇଛି । ଏଥିରେ, ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂଙ୍କ ସମେତ ସମସ୍ତ ୩୪ ଆରଜେଡି ବିଧାୟକଙ୍କ ନାମ ରହିଛି । ଗୋପାଳଗଞ୍ଜରେ ହୋଇଥିବା ଟ୍ରିପଲ ମର୍ଡର ମାମଲାରେ ଗୋପାଳଗଞ୍ଜକୁ ଯିବା ପାଇଁ ୨୯ ମଇରେ ରାବଡି ଦେବୀଙ୍କ ବାସଭବନ ବାହାରେ ଧାରଣାରେ ବସିଥିଲେ । ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଧାରଣା ସମୟରେ ପୋଲିସ କର୍ମଚାରୀଙ୍କ ସହ ମଧ୍ୟ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ।

ଜାଣନ୍ତୁ ରାବଡୀ ଦେବୀଙ୍କ ଘର ସାମ୍ନାରେ ଘଟିଥିବା ଘଟଣାର ପୂରା କାହାଣୀ

ଗୋପାଳଗଞ୍ଜରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତ ଜେଡିୟୁ ବିଧାୟକ ଅମରେନ୍ଦ୍ର ପାଣ୍ଡେଙ୍କୁ ଗିରଫ ଦାବି କରିବାକୁ ଗୋପାଳଗଞ୍ଜ ଯିବାର ଥିଲା । ଏନେଇ ତେଜସ୍ୱୀ ଯାଦବ ନିଜ ଦଳର ସହଯୋଗୀ ବିଧାୟକଙ୍କୁ ପାଟଣା ଆସିବାକୁ କହିଥିଲେ । ସେମାନଙ୍କ ସହ ମିଶି ପାଟଣାରୁ ଗୋପାଳଗଞ୍ଜ ଯିବାର ଥିଲା । ତେଜସ୍ୱୀଙ୍କ ଆହ୍ୱାନ କ୍ରମେ ଜଣ ଜଣ କରି ୩୪ ବିଧାୟକ ଆସି ରାବଡୀ ଆବାସ ନିକଟରେ ପହଞ୍ଚିଥିଲେ । ଏହାରି ମଧ୍ୟରେ ତେଜପ୍ରତାପ ମଧ୍ୟ ସେଠାରେ ପହଞ୍ଚିଥିଲେ ।

ଏହାପରେ ତେଜସ୍ୱୀ ନିଜ ବିଧାୟକଙ୍କ ସହ ମିଟିଂ କରିଥିଲେ । ଏବଂ ଏହାପରେ ନିଜ ନିଜ ଗାଡ଼ିରେ ବସି ଗୋପାଳଗଞ୍ଜ ଅଭିମୁଖେ ବାହାରିବାକୁ ତେଜସ୍ୱୀଙ୍କ ପକ୍ଷରୁ କୁହାଯାଇଥିଲା । ଏବଂ ବାହାରିବା ବାଟରେ ହିଁ ଠିକ୍ ରାବଡି ଦେବୀଙ୍କ ଘର ବାହାର ପୋଲିସ କର୍ମୀମାନେ ସେମାନଙ୍କୁ ଯିବାକୁ ବାରଣ କରିଥିଲେ । କାହିଁକି ନା ଏହା ଲକ୍‌ଡାଉନ୍‌ର ଉଲ୍ଲଂଘନ ଥିଲା । ଏହା ପରେ ଆରଜେଡିର ୫୦ରୁ ୬୦ ସମର୍ଥକ ଜେଜସ୍ୱୀ ଯାଦବ ତୁମ୍‌ ଆଗେ ବଢ଼ୋ ହମ୍ ଆପକେ ସାଥ୍ ହେଁ(ଆମେ ତୁମ ସାଥିରେ ଅଛୁ ତୁମେ ଅଗକୁ ବଢ଼) ବୋଲି ନାରା ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଉ ପୋଲିସ-ଆରଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ ।

Leave a Reply