ଫୁଲ ଚାଷ କରନ୍ତି: ବିକ୍ରି ନକରି ଧର୍ମାନୁଷ୍ଠାନକୁ ଦାନ କରିଦିଅନ୍ତି

ପାଟକୁରା: ପ୍ରକୃତି ପ୍ରେମର ନିଆରା ଉଦାହରଣ । ରାସ୍ତା କଡରେ ଅପରିଷ୍କାର ସ୍ଥାନକୁ ସଫା କରି ସେଥିରେ ଫୁଲ ଚାଷ କରି ପ୍ରକୃତିର ସୌନ୍ଦର୍ଯ୍ୟ ବଢାଇବା ସହ ମାଗଣାରେ ଦେବ ଦେବୀଙ୍କ ପୂଜା ପାଇଁ ଫୁଲ ଯୋଗାଇ ଦିଆଯାଉଛି । ଏମତି ଏକ ଏକ କାର୍ଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି ପାଟକୁରା ଡେରାବିଶ ବ୍ଲକ ବସପୁର ପଞ୍ଚାୟତ ହାଟବାଣପୁର ଗ୍ରାମର ସରୋଜ କୁମାର ସାହୁ ।

ସଉକ ଫୁଲ ଚାଷ । ଅପରିଷ୍କାର ସ୍ଥାନ ସଫା କରି ହେଉଛି ଚାଷ । ପ୍ରକୃତିର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ଦେବଦେବୀଙ୍କୁ ମିଳୁଛି ଫୁଲ । ଏଭଳି ମହତ କାମ କରି ଉଦାହରଣ ସୃଷ୍ଟି କରିଛନ୍ତି ପାଟକୁରା ଡେରାବିଶ ବ୍ଲକ ବସପୁର ପଞ୍ଚାୟତ ହାଟବାଣପୁର ଗ୍ରାମର ସରୋଜ କୁମାର ସାହୁ । ସରୋଜ ବିଜେଡିର ଏକ ସକ୍ରିୟ କର୍ମୀ ମଧ୍ୟ ଅଛନ୍ତି । କିନ୍ତୁ ପ୍ରକୃତି ପ୍ରେମ ତାଙ୍କୁ ସଜାଇ ଦେଇଛି ଫୁଲ ଚାଷୀ । ରାସ୍ତା କଡ଼ ଆବର୍ଜନା ପୂର୍ଣ୍ଣ ସ୍ଥାନକୁ ସଫା କରି ଡାଳିଆ, କୁସୁମ, ଗେଣ୍ଡୁ, ମାଳତୀ ପରି ବିଭିନ୍ନ ପ୍ରକାରର ଫୁଲ ଚାଷ କରି ଏହାର ଯତ୍ନ ମଧ୍ୟ ନେଉଛନ୍ତି ।

ନିଜ ପୁଞ୍ଜି ନିବେଶ କରି ବଗିଚାର ଯତ୍ନ ନେଉଛନ୍ତି ସରୋଜ । ଠାକୁ ପୂଜା ପାଇଁ ଯିଏ ଫୁଲ ଚାହିଁବ ତାକୁ ମାଗଣାରେ ଯୋଗାଇ ଦେଉଛନ୍ତି । ପୂଜା ପାଇଁ ଫୁଲ ପାଇ ମନ୍ଦିର ଓ ସ୍ଥାନୀୟ ଲୋକେ ବି ବେଶ ପ୍ରଶଂସା କରନ୍ତି ।

ଏଥିସହିତ ପଢ଼ନ୍ତୁ: କୁକୁଡ଼ା ପାଇଁ ସଜେଇ ହେଲା କୋକେଇ: ଅନ୍ତିମ ସଂସ୍କାର କଲେ ମାଲିକ

Leave a Reply