‘ଆଇସୋଲେସନ୍‌ ଦ୍ୱାରା ସୁସ୍ଥ ହେବେ ୮୦% ରୋଗୀ’

ନୂଆଦିଲ୍ଲୀ: ଦେଶ ତଥା ସାରା ବିଶ୍ୱରେ କରୋନା ଅଧିକରୁ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଏଭଳି ସମୟରେ କରୋନା ଭାଇସରର ସଂକ୍ରମଣରୁ ବର୍ତ୍ତିବ ଏବଂ ଉପଚାରକୁ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ ଓ ଇଣ୍ଡିଆନ୍‌ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ରବିବାର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି । ଯେଉଁଥିରେ ସେମାନେ କରେନା ଭାଇରସକୁ ବ୍ୟାପିବାରୁ ରୋକିବା ଲାଗି କିଛି ପ୍ରଭବଶାଳୀ ଉପାୟ ନେଇ ଅବଗତ କରାଇଛନ୍ତି ।

ସାମ୍ୱାଦିକ ସମ୍ମିଳନୀରେ ୧୪ ଦିନ ଆଇସୋଲେସନ୍‌ରେ ରହିବା ଦ୍ୱାରା ୮୦% ରୋଗୀ ଠିକ୍ ହୋଇଯାଅନ୍ତି ବୋଲି କହିଛନ୍ତି । କେବଳ ୫% ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ଆବଶ୍ୟକ ପଡ଼ିପାରେ । ତେବେ କରୋନା ଲକ୍ଷଣ ଦେଖାଗଲେ ହିଁ  ଏ ନେଇ ଟେଷ୍ଟ କରାନ୍ତୁ ନଚେତ୍‌ ଅଯଥାରେ ମେଡିକାଲ୍‌ରେ ଗହଳି ନକରିବାକୁ ପରାମର୍ଶ ଦେଇଛନ୍ତି ।

ଆଇସିଏମ୍‌ଆରର ମହାନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ କରୋନା ସଂକ୍ରମଣ ରୋକିବାର ସବୁଠୁ ଭଲ ଉପାୟ ହେଉଛି ପଜେଟିଭ୍‌ ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରଖିବା । ଯେଉଁମାନେ ବିଦେଶରୁ ଆସିଛନ୍ତି ସେମାନେ ନିଜେ ନିଜେ ଆଇସୋଲେସନ୍‌ରେ ରହିବା ଆବଶ୍ୟକ । ଆଇସୋଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮୦% ଲୋକଙ୍କୁ ହାଲୁକା ଜର ହେବ । ସେମାନେ ଖୁବଶୀଘ୍ର ଠିକ୍‌ ହୋଇଯିବେ । କେବଳ ୫% ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରବାକୁ ପଡ଼ିଥାଏ  । ଏବଂ ସେମାନଙ୍କୁ କିଛି ଔଷଧ ଦିଆଯାଇଥାଏ ।

ଭାର୍ଗବଙ୍କ କହିବାନୁଯାୟୀ ବିଶ୍ୱର ବିକଶିତ ଦେଶମାନଙ୍କରେ  ଅଧିକ ସଂଖ୍ୟାରେ ଲୋକେ ମୃତ୍ୟୁ ବରଣ କରୁଛନ୍ତି । ଏଭଳି ସମୟରେ  ବାହାରୁ ଆସିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟଟାଇନ୍‌ ବା ପୃଥକବାସରେ ରହିବା ଆବଶ୍ୟକ । ଯେତେବେଳେ ଲକ୍ଷଣ ଦେଖାଯାଏ ସେତେବେଳେ ହିଁ ଟେଷ୍ଟ କରାଇବା ଆବଶ୍ୟକ । ଦେଶରେ କରୋନା ପରୀକ୍ଷଣ ଲାଗି ପର୍ଯ୍ୟାପ୍ତ ସୁବିଧା ରହିଛି । ଏବେ ଫ୍ରାନ୍ସରେ ୧ ସପ୍ତାହ ମଧ୍ୟରେ  ।୧୦ ହଜାର, ଜର୍ମାନୀରେ ୪୨ ହଜାର, ଦକ୍ଷିଣ କରୋଆରେ ୮୦ ହଜାର ଲୋକଙ୍କ ପରୀକ୍ଷଣ କରାଯାଇଛି । ଆମ ପାଖରେ ୬୦ରୁ ୭୦ ହଜାର ଲୋକଙ୍କ ପରୀକ୍ଷଣ କରିବା ନେଇ ଭିତ୍ତିଭୂମି ରହିଛି । ଏଥି ସହିତ ୬୦ଟି  ଘରୋଇ କ୍ଳିନିକ୍‌ଗୁଡ଼ିକରେ ମଧ୍ୟ ପରୀକ୍ଷା କରାଇବାକୁ ଅନୁମତି ଦିଆଯାଇଛି ।  ।

ସ୍ୱାସ୍ଥ୍ୟମନ୍ତ୍ରାଳୟର ସଂଯୁକ୍ତ ସଚିବ ଲବ ଅଗ୍ରଓ୍ୱାଲଙ୍କ କହିବା ହେଲା,  ରାଜ୍ୟର ପ୍ରମୁଖ ସଚିବ ଏବଂ ପ୍ରମୁଖ ସଚିବ ସ୍ୱାସ୍ଥ୍ୟ ବିଭାଗ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରେନା ଚିକିତ୍ସା ନେଇ ସ୍ୱତନ୍ତ୍ର ହସ୍ପିଟାଲ ଖୋଲିବାକୁ କୁହାଯାଇଛି । ଏହି ହସ୍ପିଟାଲ ଗୁଡ଼ିକରେ କେବଳ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯିବ ।

ରେଜିଷ୍ଟ୍ରେସନ୍ ପାଇଁ ବିଦେଶରୁ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

 

Leave a Reply