ଶବ ସହ ଶୋଇଛନ୍ତି ରୋଗୀ, ହସ୍ପିଟାଲରେ ଚାଲିଛି ଏମିତି ଚିକିତ୍ସା

1 min read

ମୁମ୍ବାଇ: ପୂରା ଦେଶରେ କରୋନା ଭାଇରସର ମାମଲା ଲଗାତାର ବଢିବାରେ ଲାଗୁଛି । ସଂକ୍ରମିତଙ୍କ ମାମଲାରେ ମହାରାଷ୍ଟ୍ର ରାଜ୍ୟ  ସବୁଠୁ ଆଗରେ ରହିଛି । ରାଜ୍ୟର ସର୍ବାଧିକ କରୋନା ପଜିଟିଭ୍ ରୋଗୀ ମୁମ୍ବାଇରେ ହିଁ ଦେଖାଯାଇଛି । ମୁମ୍ବାଇର ଭୟାବହତା ପରେ ବି ଲୋକେ ସଧୁରିବାର ନାଁ ନେଉନାହାଁନ୍ତି । ମୁମ୍ବାଇର ସାୟନ ହପ୍ସିଟାଲର ଗୋଟେ ଆଶ୍ଚର୍ଯ୍ୟ କରିବା ଭଳି ଭିଡ଼ିଓ ସାମ୍ନାକୁ ଆସିଛି । ଭିଡ଼ିଓରେ ଦେଖା ଯାଇଛି ଯେ, ହସ୍ପିଟାଲର ଗୋଟିଏ ୱାର୍ଡରେ ରୋଗୀମାନଙ୍କ ସହ ଶବକୁ ରଖାଯାଉଛି ।

ଦେଶ ତୁଳନାରେ କେବଳ ମହାରାଷ୍ଟ୍ରରେ ଏବେପର୍ଯ୍ୟନ୍ତ ୧୭ହଜାର ପାଖାପାଖି କରୋନା ମାମଲା ସାମ୍ନାକୁ ଆସିଛି । ଏବଂ ୬୫୧ ଲୋକଙ୍କ ମୃତ୍ୟୁ ବରଣ କରିଛନ୍ତି । ଭାଇରାଲ ଭିଡ଼ିଓରେ ଦେଖାଯାଇଛି ଯେ, ହସ୍ପିଟାଲର ଏକ ୱାର୍ଡରେ କିଛି ରୋଗୀ ବେଡରେ ଶୋଇଛନ୍ତି । ଏବଂ କିଛି ଶବକୁ କପଡ଼ାରେ ତ କିଛି ଶବକୁ କମ୍ବଳରେ ଘୋଡାଇ ରଖାଯାଇଛି ।  କୁହାଯାଉଛି ଯେ, ୱାର୍ଡରେ କିଛି ରୋଗୀଙ୍କ ସହ ଏମିତି କିଛି ଶବ ପଡ଼ିଥିଲା ।

ଭିଡ଼ିଓ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆରେ ଏମିତି ଅବହେଳାକୁ ନେଇ ଲୋକମାନେ ତାଙ୍କ ରାଗକୁ ଜାହିର କରିଛନ୍ତି । ବିଜେପି ନେତା ନୀତେଶ ରାଣେ ମଧ୍ୟ ଭିଡ଼ିଓଟି ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ସାୟନ ହସ୍ପିଟାଲରେ ଶବ ଶହ ରୋଗୀମାନେ ମଧ୍ୟ ଶୋଇଛନ୍ତି । ଇଏ କେଉଁ ପ୍ରକାର ପ୍ରଶାସନ, ଏବଂ ଏହା ଏକ ବହୁତ ଲଜ୍ଜାର କଥା । ଏହି ମାମଲା ହସ୍ପିଟାଲର ମୁଖ୍ୟ ସ୍ୱିକାର କରିଛନ୍ତି ଯେ, ଏହି ଭିଡ଼ିଓ ଟି ତାଙ୍କ ହସପିଟାଲର । ମୃତକଙ୍କ ସମ୍ପର୍କୀୟମାନେ ଶବ ନେବାକୁ ଆସୁନାହାଁନ୍ତି ସେଥିପାଇଁ ଆମେ ଶବ ଗୁଡ଼ିକୁ ସେଠାରେ ହିଁ ରଖିଥିଲୁ ।

ପ୍ରଶ୍ନ ଉଠାଇଲେ ବିଜେପି ନେତା

ହସ୍ପିଟାଲର ମୁଖ୍ୟଙ୍କ ଉତ୍ତରରେ ବିଜେପି ନେତା ନୀତୀଶ ରାଣେ କହିଛନ୍ତି ଯେ, ଏହି ଉତ୍ତର ପାରେ ମୁମ୍ବାଇବାସୀ ବିଏମସିଠୁ କଣ ଆଶା କରିବେ ? ଘରୋଇ ହସ୍ପିଟାଲ ରୋଗୀଙ୍କୁ ଭର୍ତ୍ତି କରୁନାହାଁନ୍ତି ଏବଂ ସରକାରୀ ହସ୍ପିଟାଲର ଏମିତି ଅବସ୍ଥା । କଣ ଏହା ମେଡ଼ିକାଲ ଏମରଜେନ୍ସି  !

ନୀତେଶ ରାଣେଙ୍କ ବୟାନ ପରେ ଲୋକଙ୍କ ଭରସା ଉଠିଛି

ନୀତେଶ କହିଲେ ପ୍ରଥମେ ସାୟନ ହସ୍ପିଟାଲ ଏହି ଭିଡ଼ିଓକୁ ମିଛ ବୋଲି କହିଲା । ଏବଂ ଏବେ ସେ ମାନିଲେ ଯେ ଏହି ଭିଡ଼ିଓଟି ତାଙ୍କ ହସ୍ପିଟାଲର । ଏବେ ବିଏମସିର ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଉପରୁ ଲୋକଙ୍କ ଭରସା ଉଠିଯାଇଛି । ମୁନିସପାଲ କମିଶନ ଯଦି ଏହାକୁ ନ ରୋକନ୍ତି କି ନିୟନ୍ତ୍ରଣ ନକରନ୍ତି ତେବେ ସେମାନଙ୍କୁ ଇସ୍ତଫା ଦେଇଦବା ଦରକାର ।

Leave a Reply