ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା: ବେଡ୍ ଅଭାବରୁ ରୋଗୀ ହଟହଟା

ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା |ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୨୦ରୁ ୨୫ଟି ପଞ୍ଚାୟତର ଲୋକ ନିର୍ଭରଶୀଳ ଥିବାବେଳେ ବେଡ ଅଭାବରୁ ରୋଗୀ ହଟହଟା ହେଉଛନ୍ତି। ଏପରିକି ଚେୟାର ଓ ତଳେ ଶୋଇ ଲୋକେ ଚିକିତ୍ସିତ ହେଉଛନ୍ତି। ନରସିଂହପୁର ମେଡିକାଲରେ ଜଣେ ମାତ୍ର ଡାକ୍ତର ରହିଥିବା ବେଳେ ଦୈନିକ ୩୦୦ରୁ ୪୦୦ ରୋଗୀ ଆସୁଛନ୍ତି। ମେଡିକାଲରେ ୨୨ ଜଣ ଡାକ୍ତର ଆବଶ୍ୟକ ହେଉଥିବା ବେଳେ ସମୁଦାୟ ୫ ଜଣ ଡାକ୍ତର ଅଛନ୍ତି। ଆଜକୁ ୧୨ ଦିନ ହେବ ୪ ଜଣ ଡାକ୍ତର ପରୀକ୍ଷା ପାଇଁ ଛୁଟିରେ ଥିବା ବେଳେ ଜଣେ ଡାକ୍ତର ସେବା ଦେଉଛନ୍ତି। ଯାହା ଫଳରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।