spot_img

Latest Posts

ପୁଣି ଖଟିଆରେ ବୁହା ହେଲେ ରୋଗୀ

ନନ୍ଦିଘୋଷ ବ୍ୟୁରୋ: ପୁଣି ଖଟିଆରେ ବୁହା ହେଲେ ରୋଗୀ। ମେଡିକାଲ ଯିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ।  ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜବାଗୁଡା ଗାଁରୁ। ମୈଦଲପୁର ପଞ୍ଚାୟତ ଜବାଗୁଡାର ହରିସିଂ ଯାନୀଙ୍କ ପତ୍ନୀ ଲଳିତା ଯାନୀ ୫ ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ।  ହଠାତ  ଗୁରୁତର ହୋଇ ପଡିବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ପହଂଚି ପାରିନଥିଲା। ପ୍ରାୟ ଦୁଇ କିଲୋମିଟର ଦୂର କଣ୍ଟାସାରୁ ଗାଁ ନିକଟରେ ରହିଯାଇଥିଲା।

ଶେଷରେ ବାଧ୍ୟ ହୋଇ ଲୋକେ ହାତରେ ଟର୍ଚ୍ଚ, ମୋବାଇଲ ଲାଇଟ ଲଗାଇ ଖଟିଆରେ ଭାର କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ଆମ୍ବୁଲାନ୍ସ ସାହାଯ୍ୟରେ ଲଳିତାଙ୍କୁ ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା।କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ମେଡିକାଲକୁ ନିଆଯାଇଥିଲା। ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଶବକୁ ମଧ୍ୟ ଖଟିଆରେ ବୋହି ଘରକୁ ନିଆଯାଇଥିଲା। ଗାଁରେ ୭୦ ପରିବାରର ୩୦୦ରୁ ଅଧିକ ଲୋକ ବସବାସ କରନ୍ତି। ପକ୍କା ରାସ୍ତା ଖଣ୍ଡେ ପାଇଁ ପ୍ରଶାସନ ନିକଟରେ ଦାବି କରୁଥିଲେ ବି ରାସ୍ତା ନିର୍ମାଣ ହୋଇପାରିନାହିଁ।

Latest Posts

Don't Miss