ନନ୍ଦିଘୋଷ ବ୍ୟୁରୋ : ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ତୃତୀୟ ମହଲା ଛାତରୁ ଡେଇଁ ପଡିଲେ ରୋଗୀ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ସୁନ୍ଦରଗଡ଼ ଟାଉନ ଥାନା ସରକାରୀ ମେଡିକାଲ କଲେଜରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଡିସଚାର୍ଜ ହୋଇଥିଲେ ସୁଦ୍ଧା ଘରକୁ ଯାଇନଥିବା ସୂଚନା ରହିଛି । ହେଲେ କାହିଁକି ରୋଗୀ ଏହିଭଳି କାଣ୍ଡ କଲେ ତାହା ଜଣା ପଡ଼ିନାହିଁ ।

