ବଢ଼ିଲା ଜ୍ୟାକଲିନଙ୍କ ଅଡୁଆ, କୋର୍ଟରେ ହାଜର ହେବାକୁ ନୋଟିସ୍

1 min read

ନୂଆଦିଲ୍ଲୀ: ବଢ଼ିଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ସମନ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସକୋର୍ଟ । ୨୧୫ କୋଟି ଠକେଇ ମାମଲାରେ ସେପ୍ଟେମ୍ବର ୨୬ରେ ହାଜର ହେବାକୁ ଅଭିନେତ୍ରୀଙ୍କୁ ନୋଟିସ କରିଛନ୍ତି କୋର୍ଟ।

ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜାକଲିନଙ୍କ ସମ୍ପୃକ୍ତି ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟରେ ଦର୍ଶାଇଥିଲା । ପଟିଆଲା ହାଉସ କୋର୍ଟ ପରେ ଦିଲ୍ଲୀ ପୋଲିସ ମଧ୍ୟ ଜାକଲିନଙ୍କୁ ହାଜର ହେବାକୁ ସମନ କରିଛି । ଅନ୍ୟପଟେ ସେପ୍ଟେମ୍ବର ୧୨ରେ ଦିଲ୍ଲୀ ପୋଲିସ ମଧ୍ ପଚରାଉଚରା ପାଇଁ ତାଙ୍କୁ ହାଜର ହେବାକୁ ନୋଟିସ କରିଛି । ଜଣାଇଦେବାକୁ ଚାହୁଁ ଔଷଧ କମ୍ପାନୀ ରାନବାକ୍ସିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦ୍ର ସିଂଙ୍କ ଠାରୁ ୨୧୫ କୋଟି ଟଙ୍କା ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ପୂର୍ବରୁ ସୁକେଶଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ନାଁ ସାମ୍ନାକୁ ଆସିବା ପରେ ତାଙ୍କୁ ବାରମ୍ବାର ଜେରା କରାଯାଉଛି ।