ବଢ଼ିଲା ଜ୍ୟାକଲିନଙ୍କ ଅଡୁଆ, କୋର୍ଟରେ ହାଜର ହେବାକୁ ନୋଟିସ୍
1 min readନୂଆଦିଲ୍ଲୀ: ବଢ଼ିଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କୁ ସମନ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସକୋର୍ଟ । ୨୧୫ କୋଟି ଠକେଇ ମାମଲାରେ ସେପ୍ଟେମ୍ବର ୨୬ରେ ହାଜର ହେବାକୁ ଅଭିନେତ୍ରୀଙ୍କୁ ନୋଟିସ କରିଛନ୍ତି କୋର୍ଟ।
Delhi's Patiala House Court summons actor Jacqueline Fernandez, directing her to appear in court on Sept 26, in connection with a Rs 200cr extortion case involving conman Sukesh. The court takes cognizance of the supplementary chargesheet filed in the case recently.
(File pic) pic.twitter.com/LnPSf2RBHE
— ANI (@ANI) August 31, 2022
ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜାକଲିନଙ୍କ ସମ୍ପୃକ୍ତି ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟରେ ଦର୍ଶାଇଥିଲା । ପଟିଆଲା ହାଉସ କୋର୍ଟ ପରେ ଦିଲ୍ଲୀ ପୋଲିସ ମଧ୍ୟ ଜାକଲିନଙ୍କୁ ହାଜର ହେବାକୁ ସମନ କରିଛି । ଅନ୍ୟପଟେ ସେପ୍ଟେମ୍ବର ୧୨ରେ ଦିଲ୍ଲୀ ପୋଲିସ ମଧ୍ ପଚରାଉଚରା ପାଇଁ ତାଙ୍କୁ ହାଜର ହେବାକୁ ନୋଟିସ କରିଛି । ଜଣାଇଦେବାକୁ ଚାହୁଁ ଔଷଧ କମ୍ପାନୀ ରାନବାକ୍ସିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦ୍ର ସିଂଙ୍କ ଠାରୁ ୨୧୫ କୋଟି ଟଙ୍କା ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ପୂର୍ବରୁ ସୁକେଶଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଜ୍ୟାକ୍ଲିନ୍ଙ୍କୁ ନାଁ ସାମ୍ନାକୁ ଆସିବା ପରେ ତାଙ୍କୁ ବାରମ୍ବାର ଜେରା କରାଯାଉଛି ।