ଭୁବନେଶ୍ବରରେ ପୁଣି ଆରମ୍ଭ ହେଲା ରାହାଗିରି, ନାଚଗୀତରେ ଝୁମୁଛି ରାଜଧାନୀ

ଭୁବନେଶ୍ୱର: ଆଜିଠୁ ପୁଣି ରାହାଗିରିର ମଜା ଉଠାଉଛନ୍ତି ରାଜଧାନୀ ବାସିନ୍ଦା । ଭୁବନେଶ୍ବରରେ ଆରମ୍ଭ ହୋଇଛି ପଥୋତ୍ସବ ବା ରାହାଗିରି । ସ୍ମାର୍ଟ ଜନପଥରେ ଲାଗିଛି ଗହଳି । ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଝୁମୁଛନ୍ତି ରାଜଧାନୀବାସୀ । ମିନି ମାରାଥନ ସହ ରାଜରାସ୍ତାରେ ଚାଲିଛି ଖେଳକୁଦ । ଅନୁଷ୍ଠିତ ହେଉଛି ବିଭିନ୍ନ ବର୍ଗଙ୍କ ମଧ୍ୟରେ ଏକାଧିକ ପ୍ରତିଯୋଗିତା ।
ବିଏମସି, ବିଡିଏ ଓ ସ୍ମାର୍ଟ ସିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନାଚଗୀତ, ସ୍କେଟିଂ, ସାଇକେଲିଂ ଓ ବିଭିନ୍ନ ଖେଳର ଆସର ଜମିଛି । ଆଗକୁ ହକି ବିଶ୍ବକପ ଆସୁଥିବା ବେଳେ ରାହାଗିରି ଲୋକଙ୍କ ମନରେ ନୂଆ ଉତ୍ସାହ ଭରିଛି ।