ପାଠକ କଳା କାରନାମାରେ ପ୍ରଦୀପଙ୍କ ଭାଗିଦାରୀ: ଚାର୍ଟର ଫ୍ଲାଇଟ୍‌ରେ ଉଡୁଥିଲେ, ତାଜ ପ୍ୟାଲେସରେ କରୁଥିଲେ ମଉଜ

1 min read
Pathak’s Disproportionate Assets Case, Pradeep Panigrahi Boarded In Charter Flight

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ଗିରଫ ଓ ନିଲମ୍ବିତ IFS ଅଭୟକାନ୍ତ ପାଠକ ପରିବାର ସହ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କର ମିଳିଛି ଆଉ ଏକ ପ୍ରମାଣ । ଗଣମାଧ୍ୟମ ଆଗରେ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କ ପାଇଁ ନିଜେ ପ୍ରଦୀପ ଓକିଲାତି କରିବା ଘଟଣାରୁ ବାପ-ପୁଅଙ୍କ ଜାଲିଆତିରେ ତାଙ୍କର ସମ୍ପୃକ୍ତି ସ୍ପଷ୍ଟ ହେଉଛି । ପାଠକ ପରିବାର ସହ ଚାର୍ଟର ଫ୍ଲାଇଟରେ ବାରମ୍ବାର ବୁଲିବା ଓ ଦିଲ୍ଲୀର ତାଜ ପ୍ୟାଲେସରେ ରହିବା ପ୍ରଦୀପ ପାଣିଗ୍ରାହୀଙ୍କ କେଳେଙ୍କାରୀ ଓ ଜନବିରୋଧୀ କାର୍ଯ୍ୟକଳାପକୁ ଦର୍ଶାଉଛି ।

Pathak’s Disproportionate Assets Case, Pradeep Panigrahi Boarded In Charter Flight

ଦୁର୍ନୀତିଗ୍ରସ୍ତ IFS ଅଭୟକାନ୍ତଙ୍କ ସହ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାରର ଘନିଷ୍ଠତାର ଚେର କେତେ ଲମ୍ବିଛି ତାର ମିଳିଛି ପ୍ରମାଣ । ଔରିଆ ଚାର୍ଟର ଫ୍ଲାଇଟ ଅଗଷ୍ଟ ୫ତାରିଖରେ ଭୁବନେଶ୍ୱରରୁ ପାଟନା ଯାଇଛି । ଆଉ ଏଥିରେ ଆକାଶ ଓ ଅଭୟ ପାଠକଙ୍କ ସହିତ ଗସ୍ତ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ, ତାଙ୍କ ଝିଅ ଓ ପତ୍ନୀ । ସିଲଭର ଜୁବଲିରେ ଅଗଷ୍ଟ ୫ତାରିଖରେ ଆକାଶ ଓ ଅଭୟଙ୍କ ସହ ପୁଣି ଏକ ଚାର୍ଟର ଫ୍ଲାଇଟରେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ପାଟନାରୁ ପୁନେ ଗସ୍ତ କରିଛନ୍ତି ।

Pathak’s Disproportionate Assets Case, Pradeep Panigrahi Boarded In Charter Flight

ଏସଏଆରସି ଆଭିଏସନ୍ ପ୍ରାଇଭେଟ୍ ଲିମିଟେଡ୍ ଚାର୍ଟରରେ ମଧ୍ୟ ପ୍ରଦୀପ ପାଣିଗ୍ରାହୀ ପାଠକ ପିତା,ପୁତ୍ରଙ୍କ ସହ ପୁନେରୁ ଭୁବନେଶ୍ୱର ଯାଇଥିଲେ । ପାସେଞ୍ଜର ମାନିଫେଷ୍ଟର ଚାର୍ଟର ଫ୍ଲାଇଟରେ ମଧ୍ୟ ଅଗଷ୍ଟ ୨୮ ତାରିଖରେ ପ୍ରଦୀପ ପାଣିଗ୍ରାହୀ ଦିଲ୍ଲୀରୁ ଭୁବନେଶ୍ୱର ଉଡ଼ିଛନ୍ତି । ପାଠକ ପରିବାର ସହ ପ୍ରଦୀପ ପାଣିଗ୍ରାହୀଙ୍କ ଏଭଳି ଘନିଷ୍ଠତା ପରେ ଆଇନଜୀବୀମାନେ ପ୍ରଦୀପଙ୍କୁ ମଧ୍ୟ ଭିଜିଲାନ୍ସ ଜେରା ପରିସରଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି ।

Pathak’s Disproportionate Assets Case, Pradeep Panigrahi Boarded In Charter Flight

ଏମିତି ବହୁ ଥର ପାଠକ ପରିବାର ସହ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ବୁଲିଛନ୍ତି ଚାର୍ଟର ଫ୍ଲାଇଟରେ । ଏପରିକି ସେ ପାଠକ ପରିବାର ସହ ଦିଲ୍ଲୀର ବିଳାସପୂର୍ଣ୍ଣ ତାଜ ପ୍ୟାଲେସରେ ମଉଜ କରିଛନ୍ତି । ଗତ ଅଗଷ୍ଟ ମାସରେ ସେ ଚାଟାର୍ଡ ଫ୍ଲାଇଟରେ ସିଧାସଳଖ ତାଜ ପ୍ୟାଲେସରେ ଓହ୍ଲାଇଥିଲେ । ଚାର୍ଟର ଫ୍ଲାଇଟରେ ବୁଲିବା ସ୍ପଷ୍ଟ କରୁନାହିଁକି, କିଭଳି ଗିରଫ ପାଠକ ବାପାପୁଅଙ୍କ ସହ ଘନିଷ୍ଠତା ଥିଲା ପ୍ରଦୀପ ପାଣିଗ୍ରାହୀଙ୍କର । ଏହା ମଧ୍ୟ ଇଙ୍ଗିତ କରୁନାହିଁକି, ପାଠକ ବାପାପୁଅଙ୍କ କେଳେଙ୍କାରୀରେ ପ୍ରଦୀପଙ୍କ ପ୍ରଚ୍ଛନ୍ନ ସମର୍ଥନ ରହିଛି । ନିଜକୁ ସଚ୍ଚୋଟ ଓ ପାଠକ ପରିବାର ପ୍ରତି ଲୁହ ଗଡ଼ାଉଥିବା ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କର ଗୋଟିଏ ପରେ ଗୋଟିଏ ପର୍ଦ୍ଦାଫାସ ହେଉଥିବା ବେଳେ ଆଗକୁ ଆହୁରି ଅନେକ ଗୁମର ଖୋଲିବ ।

Leave a Reply