spot_img

Latest Posts

ଜମିଲେ ତୃତୀୟ ପଥ ଉତ୍ସବ, ମତୁଆଲା ହେଲେ ସହରିଆ

ଭୁବନେଶ୍ୱର : ମତୁଆଲା ହେଲେ ସହରିଆ । ଜମିଲେ ତୃତୀୟ ପଥ ଉତ୍ସବ । ରଙ୍ଗୋଲି ଛିଟାରେ ରଙ୍ଗୀନ ହେଲା ଇନଫୋସିଟି ଛକରୁ ଶିଖରଚଣ୍ଡୀ ଛକ ରାସ୍ତା । ଶୀତୁଆ ସକାଳରେ ଲୋକଙ୍କୁ ଝୁମାଇଲେ ରୁକୁସୁନା । ପ୍ରଜ୍ଞା ଓ ଶଙ୍କର ଯୋଡ଼ିଙ୍କ କମେଡିରେ ହସିହସି ବେଦମ ହେଲେ ଦର୍ଶକ ।  ଦେଖଣାହାରୀଙ୍କ ମନ ମୋହିଲା ଓଡିଶୀ ଓ ଆଧୁନିକ ନୃତ୍ୟ । କେବଳ ସେତିକି ନୁହେଁ ଚଳିତଥର ଦୁଇ ଦୁଇଟି ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ମଞ୍ଚରେ ଡିଜେ ତାଳେ ତାଳେ ନାଚି ନାଚି ବେଦମ ହେଲେ ଯୁବକ ଯୁବତୀ । ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମଧ୍ୟ ବିଧାୟକ ଅନନ୍ତ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ ।

ସକାଳୁ ସକାଳୁ ଇନଫୋସିଟି ଛକରୁ ଶିଖରଚଣ୍ଡୀ ଛକ ଯାଏଁ ପଥ ଉତ୍ସବ ପାଇଁ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ । କେଉଁଠି ଯୋଗ ତ କେଉଁଠି ଜମିଥିଲା କ୍ରୀଡ଼ା ଓ ଚିତ୍ରାଙ୍କନ ପ୍ରତିଯୋଗିତା । ଓଡ଼ିଶୀ, ଘୋଡାନାଚ, ସ୍କେଟିଙ୍ଗ, ସିଂଘ ବାଦ୍ୟ, ମଲଖମ୍ବ, ଟାଇକୋଣ୍ଡ ସାଙ୍ଗକୁ ଟାଟୁ ମେକିଂ ଓ ସ୍ବାସ୍ଥ୍ୟ ପରୀକ୍ଷା ଭଳି ଅନେକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଚଳିତ ବର୍ଷ ପ୍ରଥମ ପଥ ଉତ୍ସବ ଜନପଥରେ ଅନୁଷ୍ଠିତ ହୋଇଥିବାବେଳେ ଦ୍ବିତୀୟଟି ଜାଗମରାରେ ଆୟୋଜିତ ହୋଇଥିଲା ।

Latest Posts

Don't Miss