spot_img

Latest Posts

ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ

ବାଲେଶ୍ୱର :  ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ। ବାଲେଶ୍ଵର ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ଅବ୍ୟବସ୍ଥା ନେଇଛି ଜୀବନ। ଶୌଚାଳୟ ନିକଟରେ ବିଛା ହୋଇଥିବା କେବୁଲ ତାରରେ ଛନ୍ଦି ହୋଇ ତଳେ ପଡି ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଆମ୍ବଝର ଗାଁର କରଣ ସିଂ। ଅସୁସ୍ଥତା ପାଇଁ ପାଞ୍ଚ ଦିନ ପୂର୍ବରୁ ସେ ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ମେଡ଼ିକାଲ ୱାର୍ଡରେ ଶୌଚାଳୟ ଅପରିଷ୍କାର ଥିବାରୁ ମେଡ଼ିକାଲ ପରିସରରେ ଥିବା ଅନ୍ୟ ଏକ ଶୌଚାଳୟ ଯିବା ବେଳେ ଘଟିଛି ଏଭଳି ଅଘଟଣ।

Latest Posts

Don't Miss