ପାଟଣାଗଡ଼ ଗଣହତ୍ୟାର ପର୍ଦ୍ଦାଫାସ୍, ୧୦ ବର୍ଷର କଳହକୁ ନେଇ ପରିବାରକୁ ହତ୍ୟା

1 min read
Patanagarh Mass Murder Case, Bolangir Police Arrested Seven

ବଲାଙ୍ଗିର: ପାଟଣାଗଡ଼ ସାହାରପଡ଼ା ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍ । ଗତ ୧୧ ତାରିଖରେ ବୁଲୁ ଜାନିଙ୍କ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିଲା । ଘର ଭିତରୁ ସମସ୍ତଙ୍କ ମୃତଦେହ ମିଳିଥିଲା । ଏହି ଗଣହତ୍ୟା ମାମଲାରେ ବଲାଙ୍ଗିର ପୋଲିସର ସ୍ୱତନ୍ତ୍ର ଟିମ୍ ୭ ଜଣଙ୍କୁ ଗିରଫ କରିଛି । ଆଉ ୨ ଅଭିଯୁକ୍ତ ଫେରାର୍ ଥିବା ବଲାଙ୍ଗିର ପୋଲିସ ସୂଚନା ଦେଇଛି । ପୋଲିସ ପୂର୍ବରୁ ୯ ଜଣଙ୍କୁ ପଚରାଉଚରା କରୁଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି ।

Patanagarh Mass Murder Case, Bolangir Police Arrested Six

ଗତ ୧୧ ତାରିଖରେ ବୁଲୁ ଜାନି ତାଙ୍କ ସ୍ତ୍ରୀ ସହ ୪ ନାବାଳକ ପିଲାଙ୍କୁ ହତ୍ୟା କରାଯାଇଥିଲା । ବଲାଙ୍ଗିର ପୋଲିସର ସ୍ୱତନ୍ତ୍ର ଟିମକୁ ଏଥିରେ ସଫଳତା ମିଳିଛି । ବାବୁଲା ଜାନି, ଛାୟା ଗଣ୍ଡ, ବଳଦେବ ଗଣ୍ଡ, ମନୀଷ ଗଣ୍ଡ, ଭୋଳା ଜାନି, ଶିବା ଜାନି, ବିକଳ କଇରୀକୁ ପୋଲିସ ଗିରଫ କରିଛି । ପୋଲିସ ୩ଟି ଗାଡ଼ି ସହ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି ।

ଗଣହତ୍ୟାରେ ୩ଟି ପରିବାର- ଗଣ୍ଡ, ଜାନି ଓ ମାଝି ପରିବାର ସମ୍ପୃକ୍ତ । ଏମାନଙ୍କ ସହ ବୁଲୁ ଜାନିଙ୍କ ପରିବାରର ୧୦ ବର୍ଷ ହେଲା ତିକ୍ତତା ରହିଥିଲା, କେବେ ପଡ଼ୁନଥିଲା । ଅକ୍ଟୋବର ମାସରେ ବାବୁଲା ଜାନି, ବୁଲୁଙ୍କୁ ପରିବାରକୁ ନିପାତ କରିବା ଲାଗି ଯୋଜନା କରିଥିଲେ । ନବରଙ୍ଗପୁରରୁ ୪ ଜଣ, ନିଲଜିର ୨ ଜଣ ଓ ପାଟଣାଗଡ଼ର ୨ ଜଣକୁ ନେଇ ହତ୍ୟା ଯୋଜନା କରିଥିଲେ ।

୧୦ ତାରିଖ ରାତିରେ ଅଭିଯୁକ୍ତମାନେ ପାଟଣାଗଡ଼ରେ ପହଞ୍ଚିଥିଲେ । ରାତି ପ୍ରାୟ ୧୦ଟା ବେଳେ ବୁଲୁ ଜାନିଙ୍କୁ ଅଭିଯୁକ୍ତ ଗୁଳି ମାରିଥିଲେ, ହେଲେ ଗୁଳି ବାଜି ନଥିଲା । ବୁଲୁ ଘର ଭିତରକୁ ଯିବାପରେ ଅଭିଯୁକ୍ତ ଅସ୍ତ୍ରଶସ୍ତ୍ର ଧରି ଘରେ ଭିତରେ ପଶି ସମସ୍ତଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲେ । ହତ୍ୟା ପରେ ଲୁଟ୍ ପାଇଁ ଖୋଜାଖୋଜି କରିବା ପରେ ସେଠାରୁ ଖସି ପଳାଇଥିଲେ ।

Leave a Reply