ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ବଢୁଛି ବିଜେଡିର ବଳ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ବଢୁଛି ବିଜେଡିର ବଳ । ବିଜେପିକୁ ତ୍ୟାଗକରି ବିଜେଡିରେ ଯୋଗ ଦେଇଛନ୍ତି ଖପ୍ରାଖୋଲ ବ୍ଲକର ୩୧ ଜଣ ବିଜେପି କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ଓ ପାଟଣାଗଡ଼ରେ ବିକାଶ ଧାରା ଜାରି ରହିଥିବାରୁ ବିଜେଡି ପ୍ରତି ଆକର୍ଷିତ ହୋଇ ବିଜେପି ଛାଡିଛନ୍ତି ସମସ୍ତ ର୍କମୀ । ଡମ୍ବରୁ ପ୍ରଧାନ, ବିଶ୍ଵାମିତ୍ର ନାଏକ ଏବଂ ରଘୁନାଥ ସିଂ ବରିହାଙ୍କ ନେତୃତ୍ୱରେ ବିଜେପି ଓ କଂଗ୍ରେସ ଛାଡି ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ନେତା ସରୋଜ ମେହେର ସମସ୍ତଙ୍କୁ ସ୍ବାଗତ କରିଛନ୍ତି ।