ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ପାଟକୁରା: ନକଲି ପୋଲିସକୁ ଧରିଲା ଅସଲି ପୋଲିସ । ଯାତ୍ରା ହିରୋଙ୍କ 420 କାରସାଦି । ଅଭିନୟ କରିବାକୁ ଆସି ନିଜ ସାଙ୍ଗ ମାନଙ୍କ ସହ ମିଶି ପୋଲିସ ସ୍ପେଶାଲ ସ୍କ୍ବାଡର ପରିଚୟ ଦେଇ ଚାନ୍ଦା ଆଦାୟ କରୁଥିବା ବେଳେ ମାଡ଼ିବସିଲେ ଅସଲି ପୋଲିସ । କୁଦାନଗରୀ ଥାନା ଅନ୍ତର୍ଗତ କଳାବୁଦା ବାରେଣୀ ରେ ସ୍ଵର୍ଣ ମନ୍ଦିର ପାର୍ଟି ଯାତ୍ରା କରୁଥିବା ବେଳେ  ଯାତ୍ରା ପାର୍ଟି ହିରୋ ନୀଲ କୁମାର ଓ ତାର ଜଣେ ମହିଳା ବନ୍ଧୁ ଆଦର୍ଶିନୀ ସେନାପତି ଓ ଆଉ ଜଣେ ବ୍ୟକ୍ତି ମିଶି ଯାତ୍ରା ହେଉଥିବା ଅଞ୍ଚଳ ରେ ଚାନ୍ଦା  ଆଦାୟ କରୁଥିଲେ ।

ଉକ୍ତ ନକଲି ପୋଲିସ ଟିମ ଏକ ବେଆଇନ ଜୁଆ ଆଡା ଉପରେ ମଧ୍ୟ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ନେଇ ଫେରାର ହେଉଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଅସଲି ପୋଲିସ ପହଂଚି ନକଲି ପୋଲିସକୁ ଗିରଫ କରିଛି । ଦୁଇଟି କାର ସମେତ ଦୁଇ ନକଲି ପୋଲିସକୁ ଅଟକ ରଖିଛି କୁଦାନଗରୀ ଥାନା ପୋଲିସ । ସ୍ଥାନୀୟ ପାଖଡ଼ ଗ୍ରାମର ଛତିଶଗଡ଼ ରେ ଚାକିରି କରିଥିବା ଜଣେ ମହିଳା ଆଦର୍ଶିନୀ ସେନାପତି, ଅଭିନେତା ନୀଲ କୁମାରଙ୍କୁ କୁଦାନଗରୀ ଥାନା ରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଆଦର୍ଶିନୀ ସେନାପତି ଛତିଶିଗଡ଼ ରେ ଏକ ପ୍ରାଇଭେଟ ସେକ୍ଟର ରେ ଚାକିରୀ କରୁଥିଲେ ବି ଘରକୁ ବୁଲିବାକୁ ଆସି ତାଙ୍କର ଅଭିନେତା ବନ୍ଧୁ ନୀଲ ଓ ଆଉ ଜଣେ ଆଜ୍ଞାତ ବ୍ୟକ୍ତିଙ୍କ ସହ ମିଶି ନକଲି ପୋଲିସ ସାଜି ଆତଙ୍କ ଖେଳାଉଥିବା ଜଣା ପଡିଛି ।