ମୋଦି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ

ପାଟନା: ବିହାରର ଏନଡିଏ ସିଟ ସେୟାରିଂରେ ନାରାଜ ଥିବା ପଶୁପତି ପାରସ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଦେଲେ ଇସ୍ତଫା  । ପଶୁପତି ପାରସ ମଙ୍ଗଳବାର ଗଣମାଧ୍ୟମରେ ଏହି ଘୋଷଣା କରିଛନ୍ତି  । ‘ବହୁତ ସଚ୍ଚୋଟତାର ସହିତ ଏନଡିଏର ସେବା କରିଥିଲି  । କିନ୍ତୁ ମୁଁ ଓ ମୋ ପାର୍ଟି ସହ ଅନ୍ୟାୟ ହୋଇଛି  । ଏଥିପାଇଁ ଆଜି ମୋଦି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଉଛି’  ।

ପଶୁପତି ପାରସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଭାଇ ଅଟନ୍ତି  । ବିହାରରେ ସିଟ ଭାଗବଣ୍ଟାରେ ପଶୁପତିଙ୍କ ଦଳକୁ ଗୋଟିଏ ବି ଆସନ ଦିଆଯାଇନାହିଁ  । ଯାହା ଫଳରେ ଗତ କିଛି ଦିନ ଧରି ସେ ଏନଡିଏ ଉପରେ ଖପ୍ପା ଥିଲେ  ।