spot_img

Latest Posts

ବିଶ୍ଵର ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଖସିଲା ଭାରତର ସ୍ଥାନ

ନନ୍ଦିଘୋଷ ବ୍ୟୁରୋ: ବିଶ୍ଵର ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଖସିଲା ଭାରତର ସ୍ଥାନ। ପୂର୍ବ ବର୍ଷ ତୁଳନାରେ ଗୋଟିଏ ପାଦ ତଳକୁ ଖସିଛି ଭାରତ। ବିଶ୍ବର ପାସପୋର୍ଟ ତାଲିକା ପ୍ରକାଶ କରୁଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସ ଏହି ତାଲିକା ପ୍ରକାଶ କରିଛି। ହେନଲେ ପାସପୋର୍ଟ ତାଲିକାରେ ଗତ ବର୍ଷ ତୁଳନାରେ ଭାରତର ପ୍ରଦର୍ଶନ ଖରାପ ରହିଛି। ଗତବର୍ଷ ୮୪ ନମ୍ବର ସ୍ଥାନରେ ଥିବା ଭାରତ ଏବର୍ଷ ୮୫ ନମ୍ବରକୁ ଖସିଛି। ଏବର୍ଷ ୬୨ ଦେଶକୁ ବିନା ଭିସାରେ ଯାତ୍ରା ଅନୁମତି ସତ୍ତ୍ବେ ଭାରତର ରାଂକି ଖସିଛି।  ଫ୍ରାନ୍ସ ପାସପୋର୍ଟ ତାଲିକାର ଶୀର୍ଷରେ ରହିଛି। ଫ୍ରାନ୍ସ ପାସପୋର୍ଟଧାରୀ ବିଶ୍ଵର ୧୯୪ ଦେଶକୁ ବିନା ଭିସାରେ ଯାତ୍ରା କରିବାକୁ ଅନୁମତି କରିଛି। ପାକିସ୍ତାନ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ଯ ୧୦୬ ନମ୍ବର ସ୍ଥାନରେ ରହିଛି। ଫ୍ରାନ୍ସ ସହ ଜର୍ମାନୀ, ଇଟାଲୀ, ଜାପାନ, ସିଂଗାପୁର ଏବଂ ସ୍ପେନ ଶୀର୍ଷ ସ୍ଥାନରେ ରହିଛି। ୧୯୩ ଦେଶକୁ ବିନା ଭିସାରେ ଯାତ୍ରା ଅନୁମତି ସହ ଫିନଲାଣ୍ଡ ଦକ୍ଷିଣ କୋରିଆ ଏବଂ ସ୍ଵିଡେନ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛ। ଅଷ୍ଟ୍ରିଆ ୧୯୨ ଦେଶକୁ ବିନା ଭିସାରେ ଯାତ୍ରା ଅନୁମତି ସହ ତୃତୀୟ ସ୍ଥାନରେ ରହିଛି।

ମାଲେସିଆ, ଥାଇଲାଣ୍ଡ, ଏବଂ ଶ୍ରୀଲଙ୍କା ମଧ୍ଯ ଭାରତୀୟଙ୍କ ଲାଗି ଭିସା ଫ୍ରି ଏଣ୍ଟ୍ରି ଘୋଷଣା କରିଛନ୍ତି। ଭାରତର ପଡୋଶୀ ବାଂଲାଦେଶ ତାଲିକାର ୧୦୨ ନମ୍ବର ସ୍ଥାନରେ ରହିଛି। ମାଲଦ୍ବୀପର ସ୍ଥାନ ୫୮ ନମ୍ବରରେ ରହିଛି। ପୂର୍ବରୁ ୬୬ ସ୍ଥାନରେ ଥବାବେଳେ ଏଥର ୨ ସ୍ଥାନ ଉପରକୁ ଉଠି ୬୪ ନମ୍ବରରେ ପହଞ୍ଚିଛି ଚୀନ। ଗତବର୍ଷ ଆମେରିକା ସପ୍ତମ ସ୍ଥାନରେ ଥିବାବେଳେ ଏଥର ଗୋଟିଏ ସ୍ଥାନ ଉଠି ୬ ନମ୍ବରରେ ପହଞ୍ଚିଛି। ସବୁଠାରୁ ତଳେ ୨୮ ଦେଶକୁ ଭିସା ଫ୍ରି ଅନୁମତି ସହ ୧୦୯ ନମ୍ବର ସ୍ଥାନରେ ରହିଛି ଆଫଗାନିସ୍ଥାନ। ଗତ ୧୯ ବର୍ଷର ତଥ୍ୟକୁ ନେଇ ପାସପୋର୍ଟ ଇଣ୍ଡେକ୍ସ ପ୍ରସ୍ତୁତି କରୁଛି ହେନଲେ। ତାଲିକାରେ ୧୯୯ ପ୍ରକାରର ଭିନ୍ନ ଭିନ୍ନ ପାସପୋର୍ଟ ସହ ୨୨୭ ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇଛି। ଭିସା ମୁକ୍ତ ଅନୁମତିକୁ ନେଇ କେଉଁ ଦେଶର ପାସପୋର୍ଟ କେତେ ମଜଭୁତ ଏହା ସ୍ଥିରୀକୃତ କରାଯାଉଛି। ଯେଉଁ ଦେଶର ପାସପୋର୍ଟକୁ ଅଧିକ ଦେଶକୁ ବିନା ଭିସାରେ ଯାତ୍ରାର ଅନୁମତି ରହିଛି ସେହି ଦେଶର ପାସପୋର୍ଟ ସେତିକି ମଜଭୁତ। ଶକ୍ତିଶାଳୀ ପାସପୋର୍ଟ ତାଲିକାରୁ ସେହି ଦେଶର ନୀତି ଅନ୍ଯ ଦେଶ ପ୍ରତି କେତେ ଶକ୍ତିଶାଳୀ ଏହା ପ୍ରତିପାଦନ କରୁଛି।

Latest Posts

Don't Miss