୩ ଦିନ ହେବ ଗଡୁନି ଗାଡି: ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ବର: ୩ ଦିନ ହେବ ଗଡୁନି ଗାଡି, ଡ୍ରାଇଭର୍ ସଂଘ ଆନ୍ଦୋଳନ ଫଳରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ରାଜ୍ୟର କୌଣସି ରୁଟକୁ ଗାଡି ଗଡୁ ନଥିବା ବେଳେ ଲୋକେ ଅସନ୍ତୋଷ ଜାହିର୍ କରିଛନ୍ତି। କିଏ କାଲି ଠାରୁ ବସଷ୍ଟାଣ୍ଡରେ ବସିଥିବା ବେଳେ କିଏ ଆଜି ସକାଳୁ ଆସି ବିଭିନ୍ନ ଅପେକ୍ଷା କରିଛନ୍ତି ।