ଏଣିକି ୪ ମାସ ପୂର୍ବରୁ ଟ୍ରେନରେ ହୋଇପାରିବନି ଟିକେଟ ବୁକିଂ
1 min readଭୁବନେଶ୍ବର: ଏଣିକି ୪ ମାସ ପୂର୍ବରୁ ଟ୍ରେନରେ ହୋଇପାରିବନି ଟିକେଟ ବୁକିଂ । ୧୨୦ ଦିନ ପୂର୍ବରୁ ଟିକେଟ ବୁକିଂ ନିୟମରେ ହୋଇଛି ପରିବର୍ତ୍ତନ । ଟ୍ରେନ ଟିକେଟ ବୁକିଂକୁ ନେଇ IRCTC ଆଣିଛି ନୂଆ ନିୟମ ।
କେବଳ ୬୦ ଦିନ ପୂର୍ବରୁ ଯାତ୍ରୀମାନେ ଟିକେଟ ବୁକିଂ କରିପାରିବେ । ଅର୍ଥାତ ଦୁଇ ମାସ ପୂର୍ବରୁ ହି ଜଣେ ଯାତ୍ରୀ ରେଳଯାତ୍ରା ପାଇଁ ଟିକେଟ କରିବେ । ଭାରତୀୟ ରେଳ ବିଭାଗର ଏହି ନୂଆ ନିୟମ ନଭେମ୍ବର ୧ରୁ ଲାଗୁ ହେବ ।
ଏହି ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ବିଦେଶୀ ଯାତ୍ରୀଙ୍କ ଆଡଭାନ୍ସ ବୁକିଂ ସମୟସୀମାରେ କୌଣସି ପ୍ରଭାବ ପଡିବ ନାହିଁ । ଗୌମତୀ ଏକ୍ସପ୍ରେସ ଓ ତାଜ ଏକ୍ସପ୍ରେସ ଭଳି ଟ୍ରେନ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ।