ଓଡ଼ିଶାକୁ ଆସୁଥିବା ରେଳ ଯାତ୍ରୀଙ୍କ ପାଇଁ କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
1 min readଭୁବନେଶ୍ୱର: ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ଓଡ଼ିଶାକୁ ଆସୁଥିବା ସମସ୍ତ ରେଳଯାତ୍ରୀଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଦେଶର ଯେ କୌଣସି ସ୍ଥାନରୁ ରେଳଯାତ୍ରା କଲେ ନେଗେଟିଭ୍ ରିପୋର୍ଟ ନିହାତି ଆବଶ୍ୟକ । ଆସନ୍ତାକାଲିଠାରୁ ନିୟମକୁ କଡ଼ାକଡ଼ି କରାଯିବ ।
All Odisha bound rail passengers from anywhere in the country, who are boarding w.e.f. 10th April, 2021, must have an RTPCR Negative Test Report of maximum 72 hrs before start of journey or second dose vaccination certificate – In coordn with Odisha Govt restrictions are imposed pic.twitter.com/YFXB87hFmD
— Southern Railway (@GMSRailway) April 9, 2021
ଯାତ୍ରାର ୭୨ଘଣ୍ଟା ପୂର୍ବର RTPCR ନେଗେଟିଭ୍ ରିପୋର୍ଟ ଦେବାକୁ ହେବ । ଟିକା ଗ୍ରହଣର ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର ଦେଲେ ମଧ୍ୟ ହେବ । ବିନା କୌଣସି କାଗଜପତ୍ରରେ ଯାତାୟତ କଲେ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯାଉଛି ।