ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଖାଦ୍ୟରୁ ବାହାରିଲା ଗୋଡ଼ି

1 min read

ନନ୍ଦିଘୋଷ ବ୍ୟୁରୋ: ଏୟାର ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ଜଣେ ଯାତ୍ରୀ ପରିଶ୍ରା କରିଥିବା ମାମଲା ଏବେ ଶାନ୍ତ ପଡ଼ିନଥିବା ବେଳେ ଆଉ ଏକ ଘଟଣା ଏୟାର ଇଣ୍ଡିଆକୁ ପୁଣିଥରେ ବିବାଦ ଘେରକୁ ଟାଣିଆଣିଛି । ଏୟାର ଇଣ୍ଡିଆର ବିମାନରେ ଯାତ୍ରା କରୁଥିବା ଜଣେ ମହିଳା ଉଡ଼ାଣ ସମୟରେ ଦିଆଯାଇଥିବା ଖାଦ୍ୟରେ ଗୋଡ଼ି ମିଳିଥିବା ନେଇ ଅଭିଯୋଗ କରିଛନ୍ତି । ମହିଳା ଯାତ୍ରୀ ଟ୍ୱିଟ କରି ଏହି ପ୍ରସଙ୍ଗକୁ ଏୟାର ଇଣ୍ଡିଆ ଆଗରେ ଅଭିଯୋଗ କରିଛନ୍ତି । 

ଖାଦ୍ୟରେ ଗୋଡ଼ି ମିଳିବା ଘଟଣାକୁ ନେଇ ମହିଳା ଜଣଙ୍କ କହିଛନ୍ତି ଯେ ଏହିଭଳି ଅବହେଳା ଗ୍ରହଣୀୟ ନୁହେଁ । ସର୍ଭପ୍ରିୟା ସାଙ୍ଗୱାନ ନାମକ ଜଣେ ମହିଳା ଯାତ୍ରୀ ଟ୍ୱିଟ କରି ଲେଖିଛନ୍ତି, ପଥର ମୁକ୍ତ ଭୋଜନ ଦେବା ପାଇଁ ଆପଣଙ୍କୁ ସାଧନ ଏବଂ ଧନର ଆବଶ୍ୟକତା ନାହିଁ । ଫଟୋ ସେୟାର କରି ମହିଳା ଆଗକୁ କହିଛନ୍ତି ଯେ ଆଜିର ଉଡ଼ାଣରେ ଏଆଇ ୨୧୫ ବିମାନରେ ପରସା ଯାଇଥିବା ଭୋଜନରେ ମୋତେ ଏହା ମିଳିଛି । କ୍ରୁ ମେମ୍ବର ଜାଡୋନଙ୍କୁ ସୂଚିତ କରାଯାଇଛି । ଏଭଳି ଅବହେଳା ଗ୍ରହଣୀୟ ନୁହେଁ ।