ଚକା ଫାଟି ଓଲଟିଲା ବସ୍ , ୪୦ ଯାତ୍ରୀ ଆହତ

କନ୍ଧମାଳ: ଚକା ଫାଟି ଓଲଟିଲା ବସ୍, ୪୦ଯାତ୍ରୀ ଆହତ, ୧୫ ଗୁରୁତର । କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ପଣ୍ଡାଇର୍ପି ମୁଣ୍ଡାସାହିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ ପଙ୍କଚର ହୋଇ ରାସ୍ତାରେ ଏକ ଗଛରେ ପିଟି ହୋଇ ଓଲଟି ପଡିଥିଲା । ଗାଡ଼ିରେ ଥିବା ୪୦ଯାତ୍ରୀଙ୍କୁ କୋଟଗଡ଼ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାଠାରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଫୁଲବାଣୀ ଯାଉଥିଲା ବସ୍ । ପଣ୍ଡାଇର୍ପି ମୁଣ୍ଡାସାହି ନିକଟରେ ଚକା ଫାଟିଯିବା କାରଣରୁ ଦୁର୍ଘଟଣାଗସ୍ତ ହୋଇଥିଲା ବସ୍ ।