ଚଳନ୍ତା ବସ୍ରେ ଲାଗିଗଲା ନିଆଁ

ରାୟଗଡ଼ା: ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରାୟଗଡ଼ା ତାରିଣୀ ଛକରେ ବସ୍ରେ ନିଆଁ ଲାଗି ଯାଇଥିଲା । ଗତକାଲି ରାତିରେ ନବରଙ୍ଗପୁର କଷାଗୁମୁଡ଼ାରୁ ପୋଲସରା ଯାଉଥିବା ଘରୋଇ ବସରେ ନିଆଁ ଲାଗିଥିଲା । ଏଥିରେ ଯାତ୍ରୀଙ୍କ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି । ତେବେ ବସର ସମସ୍ତ ଯାତ୍ରୀ ବର୍ତ୍ତିଯାଇଛନ୍ତି । ରାୟଗଡ଼ାରୁ ଅଗ୍ନିଶମବାହିନୀ ପହଞ୍ଚିବା ବେଳକୁ ବସଟି ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା । ବସର ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି । କଷାଗୁମୁଡ଼ାରୁ ୪୦ଜଣ ଯାତ୍ରୀଙ୍କୁ ନେଇ ବସ ଯାଉଥିଲା । ରାସ୍ତାରେ ଦୁର୍ଗନ୍ଧ ହେଉଥିବା ଯାତ୍ରୀ କହିଥିଲେ ମଧ୍ୟ ବସ ଡ୍ରାଇଭର କି କଣ୍ଡକ୍ଟର ଶୁଣିନଥିଲେ । କିଛି ସମୟ ପରେ ବସର ଚକାରେ ନିଆଁ ଲାଗିଯାଇଥିଲା ।