spot_img

Latest Posts

ଯାତ୍ରୀବାହୀ ବସ୍ ରେ ଲାଗିଲା ନିଆଁ ; ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ

ନନ୍ଦିଘୋଷ ବ୍ୟୁରୋ : ପାରାଦୀପରେ ଅଘଟଣ । ଯାତ୍ରୀବାହୀ ବସ୍ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୪୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ।  ଭୂତୁମୁଣ୍ଡାଇ ନିକଟରେ ରାସ୍ତାରେ ଲାଗିଲା ନିଆଁ । ସଟ୍ ସର୍କିଟ ଯୋଗୁଁ ତ୍ରୀଦେବ ବସ୍ ର ଇଞ୍ଜିନ ନିକଟରେ ଲାଗିଥିଲା ନିଆଁ । ଏହି ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪୦ ରୁ ଉର୍ଦ୍ଧ୍ୱ ଯାତ୍ରୀ । ନିଆଁ କୁ ଆୟତ କରିଛି କୁଜଙ୍ଗ ଅଗ୍ନିଶମ ବିଭାଗ । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତା ରେ ନିଆଁକୁ ଆୟତ୍ତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Latest Posts

Don't Miss